ଜାତୀୟ ରାଜନୀତିରେ ଟିଆରଏସ୍‌ ବଡ଼ ଭୂମିକା ନେବ: କେସିଆର

ବିଜେପି ରଥ ଅଟକିଲା : ଶିବସେନା

ହାଇଦ୍ରାବାଦ୍‌ : ଟିଆରଏସ୍‌ ସୁପ୍ରିମୋ କେ ଚନ୍ଦ୍ରଶେଖର ରାଓ ଆଗାମୀ ଦିନରେ ଜାତୀୟ ରାଜନୀତିରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନେବେ ବୋଲି ସୂଚନା ଦେଇଛନ୍ତି। ଟିଆରଏସ୍‌ ତେଲେଙ୍ଗାନାରେ ଦୁଇ ତୃତୀୟାଂଶ ସଂଖ୍ୟାଗରିଷ୍ଠତା ହାସଲ କରିବାପରେ କେସିଆର କହିଛନ୍ତି ଯେ ମୁଁ ଜାତୀୟ ରାଜନୀତିରେ ଏଣିକି ଅଧିକ ସକ୍ରିୟ ରହିବି ଏବଂ ଏ ବାବଦରେ ଅନ୍ୟ ରାଜନୈତିକ ଦଳ ଗୁଡ଼ିକ ସହ ମଧ୍ୟ ଆଲୋଚନା ହୋଇଛି। ବିଧାନସଭା ନିର୍ବାଚନରେ ଦଳର ବିପୁଳ ବିଜୟ ଦଳ ପ୍ରତି ଲୋକଙ୍କ ବିଶ୍ବାସ ଓ ସମର୍ଥନକୁ ପ୍ରମାଣିତ କରିଛି ବୋଲି ସେ କହିଛନ୍ତି। ତେଲେଙ୍ଗାନା ଏକ ଅଣ କଂଗ୍ରେସ ଏବଂ ଅଣ ବିଜେପି ରାଜ୍ୟ ଭାବେ ପୁଣିଥରେ ନିଜକୁ ସାବ୍ୟସ୍ତ କରିଛି ଏବଂ ଟିଆରଏସ୍‌ ଜାତୀୟ ରାଜନୀତିରେ ବଡ଼ ଭୂମିକା ନେବାକୁ ପ୍ରସ୍ତୁତ ବୋଲି କେସିଆର କହିଛନ୍ତି।

ମଧ୍ୟପ୍ରଦେଶ ଓ ରାଜସ୍ଥାନ ସମେତ ୫ଟି ରାଜ୍ୟର ବିଧାନସଭା ନିର୍ବାଚନରେ ବିଜେପିର ପରାଜୟକୁ ନେଇ ଏନ୍‌ଡିଏର ସହଯୋଗୀ ଦଳ ଶିବସେନା ଆଜି ବିଜେପିକୁ ଚେତାଇ ଦେଇଛି। ଶିବସେନା ନେତା ସଂଜୟ ରାଉତ କହିଛନ୍ତି, ବିଜେପି ପାଇଁ ଏବେ ଆତ୍ମଚିନ୍ତନ ଜରୁରୀ ହୋଇପଡ଼ିଛି। କଂଗ୍ରେସର ବିଜୟ ବିଜେପି ସରକାର ବିରୋଧରେ ଥିବା ପ୍ରବଳ ଅସନ୍ତୋଷର ପରିଣାମ। ବିଜେପି ବିଜୟ ରଥ ଅଟକିଛି।

ସମ୍ବନ୍ଧିତ ଖବର