ପୁଣେ-ସୋଲାପୁର ରାଜପଥରେ କାରକୁ ପିଟିଲା ଟ୍ରକ, ୯ ଜଣଙ୍କର ମୃତ୍ୟୁ

ପୁଣେ: ମହାରାଷ୍ଟ୍ରର ପୁଣେରେ ଏକ ବଡ ଧରଣର ଦୁର୍ଘଟଣା ଘଟିଛି | ଏହି ଦୁର୍ଘଟଣାରେ ୯ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ କିଛି ଲୋକ ଆହତ ହୋଇଛନ୍ତି | କୁହାଯାଉଛି ବିଳମ୍ବିତ ରାତିରେ ଏକ ଟ୍ରକ ଓ କାର ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ କାରରେ ଯାଉଥିବା ୯ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା | ପୁଣେର କଦମ୍ବକ ବସ୍ତି ଗାଁ ନିକଟରେ ଏହି ଦୁର୍ଘଟଣା ହୋଇଥିଲା |

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ମୃତଦେହଗୁଡିକ କାର ଭିତରେ ଫସି ରହିଥିଲା | ପରେ ଗ୍ୟାସ କଟର ସାହାଯ୍ୟରେ ପୁଲିସ ମୃତଦେହ ଉଦ୍ଧାର କରିଥିଲା | ଘଟଣା ବାବଦରେ ସୂଚନା ପାଇ ପୁଲିସ ଓ ଦମକଳବାହିନୀ ଘଟଣାସ୍ଥଳରେ ପହଂଚି ଆହତଙ୍କୁ ଉଦ୍ଧାର କରିଥିଲେ | ମୃତକମାନେ ପୁନେର ଯାବତ ଗାଁକୁ ଯାଉଥିବାବେଳେ ଏଭଳି ଏକ ଦୁର୍ଘଟଣା ଘଟିଛି |

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ କାରଟି ଯାଉଥିବାବେଳେ ଦ୍ରୁତ ଗତିରେ ଆସୁଥିବା ଟ୍ରକଟି ନିୟନ୍ତ୍ରଣ ହରାଇ କାରକୁ ଧକ୍କା ଦେଇଥିଲା | ତେବେ ଦୁର୍ଘଟଣା ଘଟାଇଥିବା ଟ୍ରକ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବାବେଳେ ପୁଲିସ ମୃତଦେହକୁ ବ୍ୟବଛେଦ ପାଇଁ ପଠାଇଛି |

ସମ୍ବନ୍ଧିତ ଖବର