ଘୁଞ୍ଚିବନି ଟ୍ରମ୍ପ-କିମ୍‌ ଆଲୋଚନା!

ଓ୍ଵାସିଂଟନ: ଦୀର୍ଘଦିନ ଧରି ଅନିଶ୍ଚିତତାରେ ରହିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଉତ୍ତରକୋରିଆ ଶାସକ କିମ ଜଙ୍ଗ ଉନଙ୍କ ମଧ୍ୟରେ ଐତିହାସିକ ଶିଖର ବୈଠକ ସ୍ଥଗିତ ରହିବନି ବୋଲି ଆଜି ଜଣାପଡ଼ିଛି। ଏହି ବୈଠକ ଆସନ୍ତା ୧୨ ତାରିଖରେ ସିଙ୍ଗାପୁରରେ ଅନୁଷ୍ଟିତ ହେବ। ଉତ୍ତରକୋରିଆକୁ ସମ୍ପୂର୍ଣ୍ଣ ପରମାଣୁ ନିରସ୍ତ୍ରୀକରଣ ପାଇଁ କିମ୍‌ ଜଙ୍ଗ ଉନ ରାଜି ହୋଇଥିବା ବେଳେ ଆଜି ଆମେରିକାର କିଛି ବରିଷ୍ଠ ପଦାଧିକାରୀ ଉତ୍ତରକୋରିଆ ପହଞ୍ଚି ଏନେଇ ଆଲୋଚନା କରିଛନ୍ତିି। ତେବେ ସିଙ୍ଗାପୁରର କେଉଁସ୍ଥାନରେ ବୈଠକ ହେବ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ପରମାଣୁ ନିରସ୍ତ୍ରୀକରଣ ଦ୍ୱାରା ଆମେରିକା ସହ ଯୁଦ୍ଧ ଓ ତିକ୍ତତାକୁ ଦୂର କରିବା ପାଇଁ ଚେଷ୍ଟା କରୁଥିବା କିମ୍‌ ଜଙ୍ଗ କହିବା ପରେ ଏଥିରେ ସହଯୋଗ କରିବା ପାଇଁ ଦକ୍ଷିଣ କୋରିଆ ଆଗକୁ ଆସିଛି।

ସମ୍ବନ୍ଧିତ ଖବର