କିମ୍‌ଙ୍କୁ ପୁଣି ଭେଟିବେ ଟ୍ରମ୍ପ୍‌

ଓ୍ଵାସିଂଟନ: ଉତ୍ତର କୋରିଆ ତା’ର ପରମାଣୁ କାର୍ଯ୍ୟକ୍ରମ ଆଦୌ ବନ୍ଦ କରିନାହିଁ ଏବଂ ଏହା ପୂର୍ବଭଳି ଯଥାରୀତି ଚଳାଇଛି ବୋଲି ଅନ୍ତର୍ଜାତୀୟ ପରମାଣୁ ଶକ୍ତି ସଂସ୍ଥା (ଆଇଏଇଏ) ଏକ ରିପୋର୍ଟରେ କହିଛନ୍ତି। ତେବେ ଆମେରିକା ରାଷ୍ଟ୍ରପତି ଡୋନାଲ୍‌୍‌ଡ ଟ୍ରମ୍ପ୍‌ ଏହି ରିପୋର୍ଟକୁ ଅଣଦେଖା କରି ଉତ୍ତର କୋରିଆ ପୂର୍ବ ବୁଝାମଣା ମୁତାବକ ପଦକ୍ଷେପ ଗ୍ରହଣ କରୁଛି ବୋଲି କହିଛନ୍ତି। ଟ୍ରମ୍ପ୍‌ ଏକ ସାକ୍ଷାତକାରରେ କହିଛନ୍ତି ଯେ ଉତ୍ତର କୋରିଆ ଶାସକ କିମ୍‌୍‌ ଜଙ୍ଗ୍‌ ଉନ୍‌ଙ୍କ ସହ ତାଙ୍କର ପୂର୍ବ ଆଲୋଚନା ସଫଳ ହୋଇଛି ଏବଂ ଭବିଷ୍ୟତରେ ମଧ୍ୟ ସେ ଏ ବାବଦରେ କିମ୍‌୍‌ ଜଙ୍ଗ୍‌ଙ୍କୁ ଭେଟିବାକୁ ଆଦୌ ଦ୍ୱିଧା ପ୍ରକାଶ କରିବେ ନାହିଁ।

ସମ୍ବନ୍ଧିତ ଖବର