ଇରାନରୁ ତେଲ ଆମଦାନୀ କଲେ ଭାରତ ଉପରେ ବି କଟକଣା ଲଗାଇବ ଆମେରିକା, ତେଲଦର ବଢିବା ଆଶଙ୍କା

ନୂଆଦିଲ୍ଲୀ : ଇରାନରୁ ତେଲ ଆମଦାନୀ ଉପରେ ଆମେରିକା ଗତ ନଭେମ୍ବରରୁ କଟକଣା ଲଗାଉଛି । ତେବେ ଭାରତ ସମେତ କେତେକ ଦେଶକୁୁ ଆମେରିକା ଏହି କଟକଣାରୁ କୋହଳ କରିଆସୁଥିଲା । କିନ୍ତୁ ଏହି କୋହଳତାର ମିଆଦ ଆସନ୍ତା ମେ ମାସରେ ଶେଷ ହେବ । ଏହାକୁ ଆଉ ନବଢାଇବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିର୍ଦ୍ଦେଶ ଦେଇଛନ୍ତି ।

ଇରାନର ତୈଳ ରପ୍ତାନିକୁ ଆହୁରି ସୀମିତ କରିବାକୁ ଆମେରିକା ଏହି ପଦକ୍ଷେପ ନେଇଛି । କିନ୍ତୁ ଭାରତରେ ତେଲଦର ଉପରେ ଏହାର ପ୍ରଭାବ ପଡିବାର ଆଶଙ୍କା ରହିଛି । ବିଶ୍ୱ ବଜାରରେ ମଧ୍ୟ ତେଲଦର ବଢିବାର ଆଶଙ୍କା ରହିଛି । ଭାରତ ନିଜ ତୈଳ ଆବଶ୍ୟକତାର ଏକ ବଡ଼ ଭାଗ ଇରାନରୁ ଆମଦାନୀ କରିଥାଏ । ଇରାନ ଭାରତକୁ ରିହାତି ଦରରେ ତେଲ ଯୋଗାଇଥାଏ । ତିନିବର୍ଷ ପୂର୍ବେ ଇରାନ ଉପରେ ଆମେରିକା ଲଗାଇଥିବା କଟକଣା ଉଠାଇବା ପର୍ଯ୍ୟନ୍ତ ଭାରତ ଟଙ୍କା ଓ ୟୁରୋ ବିନିମୟରେ ଇରାନରୁ ତେଲ କିଣୁଥିଲା । କିନ୍ତୁ କଟକଣା ଲାଗିବା ପରେ ଭାରତ କ୍ଷତି ସହିବାର ଆଶଙ୍କା କରୁଛି ।

ସମ୍ବନ୍ଧିତ ଖବର