ଆମେରିକା ରାଷ୍ଟ୍ରପତି ଏହି କଥାକୁ କରନ୍ତି ନାହିଁ ବିଶ୍ୱାସ !
ନ୍ୟୁୟର୍କ: ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ କହିବା ମୁତାବକ ସେ ଯୁଏଫଓ(ଆକାଶରେ ଉଡୁଥିବା ଅଜଣା ବସ୍ତୁ)ର ଅସ୍ତିତ୍ବକୁ ବିଶ୍ୱାସ କରନ୍ତି ନାହିଁ | ଆମେରିକା ନୌସେନା ପକ୍ଷରୁ ଯୁଏଫଓ ଦେଖାଯିବା ନେଇ କୁହାଯାଇଥିଲା | ଅବଶ୍ୟ ଯୁଏଫଓକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିବା କଥାକୁ ଟ୍ରମ୍ପ ସ୍ୱୀକାର କରିଛନ୍ତି | ଟ୍ରମ୍ପଙ୍କୁ ସାମ୍ବାଦିକ ପ୍ରଶ୍ନ କରିଥିଲେ ଯେ ଯୁଏଫଓ ଥିବା କଥାକୁ ସେ ବିଶ୍ୱାସ କରନ୍ତି ନା ନାହିଁ |
Sambad is now on WhatsApp
Join and get latest news updates delivered to you via WhatsApp
ଏହାକୁ ନେଇ ଟ୍ରମ୍ପ କହିଛନ୍ତି ଯେ ସେ ଆଦୌ ଏ ବାବଦରେ ବିଶ୍ୱାସ କରନ୍ତି ନାହିଁ | ଲୋକ ଯୁଏଫଓ ଦେଖୁଥିବା କହୁଥିଲେ ବି ଏ କଥା ବିଶ୍ୱାସଯୋଗ୍ୟ ନୁହେଁ ବୋଲି ଟ୍ରମ୍ପ ରୋକଠୋକ କହିଛନ୍ତି |
କିଛିଦିନ ପୂର୍ବେ ଆମେରିକାର ଖବରକାଗଜ ସଂସ୍ଥା ନ୍ୟୁୟର୍କ ଟାଇମ୍ସ ପକ୍ଷରୁ କୁହାଯାଇଥିଲା ଯେ ନୌସେନାର ପାଇଲଟମାନେ ଆକାଶରେ ୩୦ ହଜାର ଫୁଟ ଉପରେ ଅଲୌକିକ ବସ୍ତୁ ଉଡ଼ୁଥିବାର ଦେଖିଥିଲେ, ଯାହାର କୌଣସି ଇଂଜିନ ନଥିବା ବେଳେ ଧୂଆଁ ବି ବାହାରୁ ନଥିଲା |