ମାକ୍ରନଙ୍କ ରୁପି ସଫାକରିି ଚର୍ଚ୍ଚାରେ ଟ୍ରମ୍ପ

ଓ୍ଵାସିଂଟନ: ତିନିଦିନିଆ ଆମେରିକା ଗସ୍ତରେ ଯାଇଥିବା ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ କୋଟରେ ପଡ଼ିଥିବା ରୁପି ସଫାକରି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଚର୍ଚ୍ଚାରେ ଅଛନ୍ତି। ବିଶ୍ୱର ଜଣେ ଶକ୍ତିିଶାଳୀ ନେତା ଏଭଳି କରିବାର କାରଣକୁ ନେଇ ସୋସିଆଲ ମିଡିଆରେ ବେଶ୍‌ ଆଲୋଚନା ହେଉଛି। କୁହାଯାଉଛି ଯେ, ଆଲିଙ୍ଗନ କରିବା ପୂର୍ବରୁ ତାଙ୍କ ମୂଣ୍ଡରୁ ଝଡ଼ି ପଡ଼ିଥିବା ରୁପି ଯେଭଳି ନିଜ କୋଟରେ ନଲାଗେ ସେଥିପାଇଁ ଟ୍ରମ୍ପ ଏଭଳି କରିଥିଲେ। ତେବେ ବନ୍ଧୁତ୍ୱର ନିଦର୍ଶନ ସ୍ୱରୂପ ମାକ୍ରନଙ୍କୁ ଆଲିଙ୍ଗନ କରିବା ସହ ତାଙ୍କ କୋଟ୍‌ରେ ଟ୍ରମ୍ପ ହାତ ମାରିଥିଲେ ବୋଲି ହ୍ଵାଇଟ ହାଉସ ପକ୍ଷରୁ କୁହାଯାଇଛି। ତେବେ ଉପହାର ସ୍ୱରୂପ ମାକ୍ରନ ସାଙ୍ଗରେ ଆଣିଥିବା ଏକ ଓକ୍‌ ଗଛକୁ ଉଭୟ ନେତା ହ୍ଵାଇଟ ହାଉସ ପରିସରରେ ଲଗାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର