ରାଜଘାଟରେ ଟ୍ରମ୍ପ୍‌, ଗାନ୍ଧୀଜୀଙ୍କୁ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ: ଗସ୍ତର ଦ୍ବିତୀୟ ଦିନରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏବଂ ପତ୍ନୀ ମେଲାନିଆ ଟ୍ରମ୍ପ୍‌ ଆଜି ରାଜଘାଟ ଯାଇ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ସ୍ମାରକସ୍ଥଳରେ ଶ୍ରଦ୍ଧ‌ାସୁମନ ଅର୍ପଣ କରିଛନ୍ତି। ସ୍ମାରକସ୍ଥଳ ନିକଟରେ ଉଭୟ ୧ ମିନିଟ୍‌ ନିରବ ପ୍ରାର୍ଥନା କରିଛନ୍ତି। ରାଜଘାଟରେ ମଧ୍ୟ ଡୋନାଲ୍ଡ ଏବଂ ମେଲାନିଆ ଏକ ବୃକ୍ଷ ରୋପଣ କରିଛନ୍ତି। ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପରେ ଟ୍ରମ୍ପ୍‌ ରାଜଘାଟର ଭିଜିଟର୍ସ ବୁକ୍‌ରେ ଏକ ବାର୍ତ୍ତା ରଖି କହିଛନ୍ତି, ‘ଆମେରିକାବାସୀ ସର୍ବଦା ଏକ ସାର୍ବଭୌମ ଏବଂ ସୁନ୍ଦର ଭାରତ ପ୍ରତି ଦୃଢ଼ ସମର୍ଥନ କରି ଆସିଛନ୍ତି। ମହାତ୍ମା ଗାନ୍ଧୀଙ୍କ ବିଚାର ଓ ଲକ୍ଷ୍ୟ ଅତି ମହାନ୍‌। ଏଠାକୁ ଆସି ଅତ୍ୟନ୍ତ ଗୌରାବାନ୍ବିତ।’

ସମ୍ବନ୍ଧିତ ଖବର