ଟ୍ରମ୍ପ୍‌-କିମ୍‌ ବୈଠକକୁ ନେଇ ତତ୍ପରତା:ଉତ୍ତର କୋରିଆର ବରିଷ୍ଠ ସେନାଧିକାରୀଙ୍କ ଆମେରିକା ଗସ୍ତ

ଓ୍ଵାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍‌୍‌ଡ ଟ୍ରମ୍ପ୍‌ ଏବଂ ଉତ୍ତର କୋରିଆ ଶାସକ କିମ୍‌୍‌ ଜଙ୍ଗ୍‌ ଉନ୍‌ଙ୍କ ମଧ୍ୟରେ ହେବାକୁ ଥିବା ଶିଖର ବୈଠକ ନେଇ ଦୁଇ ଦେଶ ମଧ୍ୟରେ ତତ୍ପରତା ପ୍ରକାଶ ପାଇଛି। ସିଙ୍ଗାପୁରରେ ଜୁନ୍‌ ୧୨ରେ ଏହି ବୈଠକ ଅନୁଷ୍ଠିତ ହେବାକୁ ଥିବା ବେଳେ ଉତ୍ତର କୋରିଆର ଜଣେ ବରିଷ୍ଠ ଜେନେରାଲ ଆମେରିକା ଗସ୍ତରେ ଯାଇଛନ୍ତି। ଜେନେରାଲ କିମ୍‌ ୟୋଙ୍ଗ୍‌ ଚୋଲ୍‌ ଆଜି ବେଜିଂରେ ପହଞ୍ଚି ଚୀନ୍‌ ଅଧିକାରୀଙ୍କ ସହ ଆଲୋଚନା ପରେ ସେଠାରୁ ଆମେରିକା ଅଭିମୁଖେ ଗସ୍ତ କରିଛନ୍ତି। ଉତ୍ତର କୋରିଆର ବରିଷ୍ଠ କୂଟନୀତିଜ୍ଞଙ୍କ ସହ ମଧ୍ୟ ଆମେରିକୀୟ କୂଟନୀତିଜ୍ଞମାନେ ଆଲୋଚନା କରି ଶାନ୍ତି ପ୍ରକ୍ରିୟାକୁ ଫଳପ୍ରଦ କରିବା ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି। ବୈଠକ ତାରିଖ ପାଖେଇ ଆସୁଥିବାରୁ ଏହା ପୂର୍ବରୁ ଯେଭଳି ଅନ୍ୟ କୌଣସି ପ୍ରତିବନ୍ଧକ ସୃଷ୍ଟି ନହୁଏ, ସେ ଦିଗରେ ମିଳିତ ଭାବେ କାର୍ଯ୍ୟ କରିବାକୁ ଫିଲିପାଇନ୍‌୍‌ସରେ ଅବସ୍ଥାପିତ ଆମେରିକୀୟ ରାଷ୍ଟ୍ରଦୂତଙ୍କୁ ଦାୟିତ୍ୱ ଦିଆଯାଇଛି। ଇତିମଧ୍ୟରେ ପରମାଣୁ ନିରସ୍ତ୍ରୀକରଣ ପାଇଁ ଉତ୍ତର କୋରିଆ ତା’ର ପଦକ୍ଷେପ ଜାରି ରଖିଥିବାରୁ ଦକ୍ଷିଣ କୋରିଆ ଏହାକୁ ପୂର୍ଣ୍ଣ ସମର୍ଥନ କରୁଛି।

ସମ୍ବନ୍ଧିତ ଖବର