ଟ୍ଵିଟରରେ ଟ୍ରମ୍ପ ସବୁଠୁ ଅଧିକ ଲୋକପ୍ରିୟ, ୨ୟରେ ପ୍ରଧାନମନ୍ତ୍ରୀ ମୋଦି

ଓ୍ଵାସିଂଟନ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ସାରା ବିଶ୍ୱରେ ସବୁଠାରୁ ଲୋକପ୍ରିୟ ରାଜନେତାର ମାନ୍ୟତା ପାଇଛନ୍ତି । ଟ୍ଵିଟ୍ଟରରେ ତାଙ୍କର ଫଲୋଅର ବା ଅନୁଗାମୀ ସଂଖ୍ୟା ଅନ୍ୟସମସ୍ତଙ୍କଠାରୁ ବେଶ ଅଧିକ ରହିଛି । ଟ୍ଵିଟରରେ ତାଙ୍କର ଫଲୋଅର ସଂଖ୍ୟା ଏବେ ୫୩.୩ ନିୟୁତ ରହିଛି । ୨୦୧୬ରେ ନିର୍ବାଚନ ଜିତିବା ପରେ ତାଙ୍କର ଫଲୋଅର ସଂଖ୍ୟା ଦ୍ୱିଗୁଣିତ ହୋଇଛି । ତାଙ୍କ ପଛକୁ ରହିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କିନ୍ତୁ ଟ୍ରମ୍ପ ଓ ମୋଦିଙ୍କ ଫଲୋଅର ସଂଖ୍ୟା ମଧ୍ୟରେ ବ୍ୟବଧାନ ହେଉଛି ୧୦ ନିୟୁତ ।

ମୋଦିଙ୍କ ଫଲୋଅର ସଂଖ୍ୟା ଏବେ ୪୩.୪ ନିୟୁତ ରହିଛି । ଖ୍ରୀଷ୍ଟଧର୍ମାବଲମ୍ବୀମାନଙ୍କ ସର୍ବୋଚ୍ଚ ଧର୍ମଗୁରୁ ପୋପ ଫ୍ରାନସିସଙ୍କ ଫଲୋଅର ସଂଖ୍ୟା ୧୭.୯ ନିୟୁତ ରହିଛି । ନିଜ ଟ୍ଵିଟର ଅନୁଗାମୀଙ୍କ ସହ ମତବିନିମୟ କରିବାରେ ମଧ୍ୟ ଟ୍ରମ୍ପ ଆଗୁଆ ଅଛନ୍ତି । ଗତ ୧୨ ମାସ ମଧ୍ୟରେ ସେ ନିଜର ଫଲୋଅର ମାନଙ୍କ ସହ ପ୍ରାୟ ୨୬୪.୫ ନିୟୁତ ଥର ମତବିନିମୟ, ରିଟ୍ଵିଟ୍‌ , ଲାଇକ ଆଦି କରିଛନ୍ତି । ଏହା ମୋଦିଙ୍କ ଟ୍ଵିଟର ଇଣ୍ଟରାକ୍ସନଠାରୁ ପ୍ରାୟ ୫ ଗୁଣ ଓ ପୋପଙ୍କ ଇଣ୍ଟରାକ୍ସନଠାରୁ ୧୨ ଗୁଣ ଅଧିକ ବୋଲି ବର୍ସ କନ ଏଣ୍ଡ ଉଲ୍ଫ ଦ୍ୱାରା କରାଯାଇଥିବା ଟ୍ଵିପ୍ଲୋମାସି ନାମକ ଗବେଷଣାରୁ ଜଣାପଡିଛି ।

ସମ୍ବନ୍ଧିତ ଖବର