କଶ୍ମୀର ସମସ୍ୟା: ମଧ୍ୟସ୍ଥତା ପାଇଁ ଟ୍ରମ୍ପଙ୍କ ଆଗ୍ରହ

‘ମୋଦୀ ମୋର ସହାୟତା ଲୋଡ଼ିଥିଲେ’

ନୂଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ଏବଂ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ମଧ୍ୟରେ ଆଜି ହ୍ବାଇଟ୍‌ ହାଉସରେ ଦ୍ବିପାକ୍ଷିକ ଆଲୋଚନା ହୋଇଛି। ଏହି ଅବସରରେ ରାଷ୍ଟ୍ରପତି ଟ୍ରମ୍ପ୍‌ କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ଟ୍ରମ୍ପ୍‌ କହିଛନ୍ତି ଏଥିପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ କିଛିଦିନ ତଳେ କଶ୍ମୀର ମାମଲାରେ ମୋର ସହାୟତା ଲୋଡ଼ିଥିଲେ। ଯଦି ଉଭୟ ରାଷ୍ଟ୍ର ସହମତି ପ୍ରକାଶ କରିବେ ତା’ହେଲେ ମୁଁ ମଧ୍ୟସ୍ଥତା କରିବାକୁ ଆଗ୍ରହୀ। । ଏହାର ଜବାବରେ ଇମ୍ରାନ କହିଥିଲେ କଶ୍ମୀର ମାମଲାରେ ଆପଣ ମଧ୍ୟସ୍ଥତା କଲେ ଆପଣଙ୍କ ପ୍ରତି ଶହେ କୋଟିରୁ ଅଧିକ ଲୋକଙ୍କ ଶୁଭେଚ୍ଛା ରହିବ। ତେବେ ଟ୍ରମ୍ପଙ୍କ ମନ୍ତବ୍ୟ ନେଇ ଆପତ୍ତି ଉଠାଇଛି ଭାରତ। ଆଜି ରାତିରେ ଭାରତର ବୈଦେଶିକ ବିଭାଗ ପକ୍ଷରୁ କୁହାଯାଇଛି ଯେ କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥାତା କରିବାକୁ ମୋଦୀ କେବେହେଲେ ଟ୍ରମ୍ପଙ୍କୁ କହି ନାହାନ୍ତି। ଏହା ହେଉଛି ଦ୍ବିପାକ୍ଷିକ ବିବାଦ ଏବଂ ଏଥିରେ‌ ତୃତୀୟ ପକ୍ଷର ମଧ୍ୟସ୍ଥତାକୁ ଭାରତ ଗ୍ରହଣ କରିବ ନାହିଁ।

ସମ୍ବନ୍ଧିତ ଖବର