ଇରାନ ଏକ ମସ୍ତବଡ ଭୁଲ କରିଦେଇଛି : ଡ୍ରୋନ ଖସାଇବା ଘଟଣାରେ ଟ୍ରମ୍ପଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ: ଇରାନ ପକ୍ଷରୁ ଆମେରିକାର ଗୁପ୍ତଚର ଡ୍ରୋନକୁ ମାରି ଖସେଇବା ଘଟଣାରେ ନିଜର ପ୍ରତିକ୍ରିୟା ରଖିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ । ଇରାନ ଏକ ମସ୍ତବଡ଼ ଭୁଲ କରିଦେଲା ବୋଲି ସେ କହିଛନ୍ତି । ଏହା ଫଳରେ ଉପସାଗରୀୟ ଅଞ୍ଚଳରେ ପୁଣି ଯୁଦ୍ଧର କଳାବାଦଲ ଦେଖାଦେଇଛି ।

 

ଏଠାରେ ଉଲ୍ଲେଖଥାଉ କି ଇରାନୀୟ ଆକାଶସୀମାକୁ ଅନୁପ୍ରବେଶ କରିଥିବା ଗୋଟାଏ ଆମେରିକୀୟ ‘ସ୍ପାଏ ଡ୍ରୋନ୍’କୁ ନିଜ ଅଞ୍ଚଳ ମଧ୍ୟରେ ଇରାନ୍ ଗୁଳି ମାରି ଖସାଇଦେଇଛି ବୋଲି ଗୁରୁବାର ଦିନ ତା’ର ରିଭୋଲ୍ୟୁସନେରି ଗାର୍ଡ କହିଛି। ଖବର ଅନୁସାରେ, ଇରାନ୍ର ଦକ୍ଷିଣ ଉପକୂଳୀୟ ରାଜ୍ୟ ହୋର୍ମୋଜ୍ଗାନ୍ ଠାରେ ଇରାନୀୟ ବାୟୁସେନା ଯୁକ୍ତରାଷ୍ଟ୍ର ଆମେରିକା ନିର୍ମିତ ଗୋଟାଏ ଗ୍ଲୋବାଲ୍ ହକ୍ ସର୍ଭିଲେନ୍ସ୍ ଡ୍ରୋନ୍କୁ ଖସାଇ ଦେଇଛି। ଏହା ‘ଆର୍କ୍ୟୁ-୪ ଗ୍ଲୋବାଲ୍ ହକ୍’ ବୋଲି ଇରାନ ଚିହ୍ନଟ କରିଛି। କିନ୍ତୁ ଇରାନ୍ର ଏପରି ଦାବିକୁ ଯୁକ୍ତରାଷ୍ଟ୍ର ଆମେରିକା ଅଗ୍ରାହ୍ୟ କରି ଦେଇଛି। ବୁଧବାର ମଧ୍ୟରାତ୍ରୀର ଠିକ୍ ପୂର୍ବରୁ ୟୁଏସ୍ ମିଲ୍ଟାରର ସେଣ୍ଟ୍ରାଲ୍ କମାଣ୍ଡ୍ର ମୁଖପାତ୍ର ନେଭି କ୍ୟାପ୍ଟେନ୍ ବିଲ୍ ଅର୍ବାନ୍ କହିଛନ୍ତି, ଆଜି ଇରାନୀୟ ଆକାଶସୀମାରେ ଯୁକ୍ତରାଷ୍ଟ୍ର ଆମେରିକାର କୌଣସି ବିମାନ ଚଳାଚଳ କରି ନାହିଁ।

ସମ୍ବନ୍ଧିତ ଖବର