ଭାରତ କିଣିବ ୪୦୦ ଡ୍ରୋନ୍‌, ବିଦେଶକୁ ଆମେରିକୀୟ ଯୁଦ୍ଧାସ୍ତ୍ର ବିକ୍ରି ପାଇଁ ନୀତି କୋହଳ କଲେ ରାଷ୍ଟ୍ରପତି ଟ୍ରମ୍ପ

ଓ୍ଵାଶିଂଟନ୍‌: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଘୋଷଣା କରିଛନ୍ତି। ଏହି ନିଷ୍ପତ୍ତି ଅନୁଯାୟୀ ଏଣିକି ବିଦେଶୀ ରାଷ୍ଟ୍ରଗୁଡ଼ିକରେ ଆମେରିକୀୟ ଯୁଦ୍ଧାସ୍ତ୍ର ଓ ଯୁଦ୍ଧ ସାଜସରଞ୍ଜାମର ବିକ୍ରି, ବ୍ୟବସାୟ ଓ ରପ୍ତାନିକୁ ବଢ଼ାଇବା ପାଇଁ ରାଷ୍ଟ୍ରପତି ଟ୍ରମ୍ପ ଆମେରିକା ପ୍ରଶାସନକୁ ନିର୍ଦ୍ଦେଶ ଦେବା ସହ ଏଥିପାଇଁ ପୂର୍ବରୁ ରହିଥିବା ନୀତି ନିୟମକୁ ମଧ୍ୟ ଅନେକ ମାତ୍ରାରେ କହୋଳ କରି ଦେଇଛନ୍ତି। ଆମେରିକାର ସହଯୋଗୀ ରାଷ୍ଟ୍ରମାନେ ଯେପରି ଏଣିକି ବିନା ପ୍ରତିବନ୍ଧକରେ ଆମେରିକୀୟ ଯୁଦ୍ଧାସ୍ତ୍ର ଓ ଯୁଦ୍ଧ ସାଜସରଞ୍ଜାମ କିଣିପାରିବେ ତାହାକୁ ନିଶ୍ଚିତ କରିବା ପାଇଁ ଟ୍ରମ୍ପ ଆମେରିକୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

ତେବେ, ରାଷ୍ଟ୍ରପତି ଟ୍ରମ୍ପଙ୍କ ଏହି ନିଷ୍ପତ୍ତି ଏବେ ଭାରତ ପାଇଁ ଅତ୍ୟନ୍ତ ଲାଭଦାୟକ ସାବ୍ୟସ୍ତ ହେବ। କାରଣ, ଆମେରିକାରୁ ମାନବ ବିହୀନ ଯୁଦ୍ଧ ବିମାନ ଡ୍ରୋନ୍‌ କ୍ରୟ ପାଇଁ ଭାରତ ପ୍ରାୟ ଗତ ପ୍ରାୟ ଏକ ଦଶନ୍ଧି ଧରି ନିଜ ପ୍ରୟାସ ଜାରି ରଖିଛି। ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ଏହି ନିଷ୍ପତ୍ତି ପରେ ଭାରତ ଆମେରିକାର ଏକ ସାମରିକ ସହଯୋଗୀ ରାଷ୍ଟ୍ର ହୋଇଥିବା ଦୃଷ୍ଟିରୁ ଆମେରକାରୁ ଯେଉଁ ୪୦୦ ଡ୍ରୋନ୍‌ କିଣିବା ପାଇଁ ଲକ୍ଷ୍ୟ ରଖିଛି ତାହାକୁ ଅତି ସହଜରେ ହାସଲ କରିପାରିବ।

ସମ୍ବନ୍ଧିତ ଖବର