ଟ୍ରମ୍ପ୍‌ କହିଲେ, ଭାରତୀୟ ଗଣମାଧ୍ୟମ ତାଙ୍କୁ ବେଶି ପସନ୍ଦ କରନ୍ତି

ୱାସିଂଟନ: ଆମେରିକୀୟ ଗଣମାଧ୍ୟମ ତୁଳନାରେ ଭାରତୀୟ ଗଣମାଧ୍ୟମ ତାଙ୍କୁ ଅଧିକ ପସନ୍ଦ କରିଥାନ୍ତି ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ହ୍ବାଇଟ୍‌ ହାଉସର ଓଭାଲ ଅଫିସ ସମ୍ବାଦ ସମ୍ମିଳନୀରେ କହିଛନ୍ତି। ସେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭାରି ପସନ୍ଦ କରନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଜଣେ ଭଦ୍ରଲୋକ ବୋଲି ସେଠାରେ ଟ୍ରମ୍ପ୍‌ କହିଛନ୍ତି। ଚୀନ୍‌ ଓ ଭାରତ ମଧ୍ୟରେ ଦେଖାଦେଇଥିବା ଉତ୍ତେଜନା ନେଇ ଯେତେବେଳେ ସାମ୍ବାଦିକମାନେ ଟ୍ରମ୍ପ୍‌ଙ୍କୁ ପ୍ରଶ୍ନ କରିଥିଲେ, ଟ୍ରମ୍ପ୍‌ କହିଥିଲେ, ସେ ମୋଦୀଙ୍କ ସହ କଥା ‌‌ହୋଇଛନ୍ତି।

ମୋଦୀଙ୍କ ମାନସିକ ସ୍ଥିତି ଏବେ ଭଲ ନଥିବାରୁ ସେ ଏ ନେଇ ଅଧିକ କଥା ହୋଇପାରି ନାହାନ୍ତି। ତେବେ ଉଭୟ ଭାରତ ଓ ଚୀନ୍‌, ବିଶ୍ବର ଦୁଇ ପ୍ରମୁଖ ଜନବହୁଳ ଦେଶ ଏବଂ ଉଭୟ ବିଶାଳ ସେନାଶକ୍ତିର ଅଧିକାରୀ। ଯଦି ଉଭୟ ଦେଶ ଚାହାନ୍ତି ସେ ମଧ୍ୟସ୍ଥତା କରିବେ ବୋଲି ଟ୍ରମ୍ପ୍‌ କହିଛନ୍ତି। କିନ୍ତୁ ନିକଟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଆମେରିକା ରାଷ୍ଟ୍ରପତିଙ୍କର କୌଣସି କଥାବାର୍ତ୍ତା ହୋଇନାହିଁ।

ସମ୍ବନ୍ଧିତ ଖବର