ଚୀନ,ଭାରତ, ଋଷିଆ ବିଶ୍ୱକୁ ସର୍ବାଧିକ ପ୍ରଦୂଷିତ କରୁଛନ୍ତି : ଟ୍ରମ୍ପ

ଓ୍ଵାସିଂଟନ : ପୁଣି ଭାରତ ଓ ଚୀନକୁ ଟାର୍ଗେଟ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସେ କହିଛନ୍ତି ଯେ ଚୀନ, ଭାରତ ଓ ଋଷିଆ ପରି ଦେଶଙ୍କ ଯୋଗୁଁ ବିଶ୍ୱର ପରିବେଶ ଦୂଷିତ ହେଉଛି । ପରିବେଶ ରକ୍ଷା ପାଇଁ ସେ ନିଜେ ଯତ୍ନବାନ ଥିଲେ ମଧ୍ୟ ଏସବୁ ଦେଶମାନେ କିଛି କରୁନାହାନ୍ତି । ସେ କହିଛନ୍ତି ଯେ ଏସବୁ ଦେଶର ଶିଳ୍ପ ସଂସ୍ଥାମାନେ ସମୁଦ୍ରରେ ବର୍ଜ୍ୟବସ୍ତୁ ଛାଡୁଛନ୍ତି । ତାହା ଭାସି ଭାସି ଆମେରିକାର ଲସ ଆଞ୍ଜେଲସ କୂଳରେ ପହଞ୍ଚୁଛି ।
ନ୍ୟୁୟର୍କର ଇକନୋମିକ କ୍ଲବଠାରେ ସେ କହିଛନ୍ତି ଯେ ସେ ନିଜେ ଚାହୁଁଛନ୍ତି ଯେ ବିଶ୍ୱର ପରିବେଶ ନିର୍ମଳ ହେଉ । କିନ୍ତୁ ପ୍ୟାରିସ ଜଳବାୟୁ ରାଜିନାମାରୁ ଆମେରିକା ବାହାରି ଯିବାର କାରଣ ଥିଲା ଯେ ତାହା ଥିଲା ଏକପାଖିଆ, ଆମେରିକାରେ ନିଯୁକ୍ତି ହ୍ରାସ କରୁଥିଲା ଓ ପ୍ରଦୂଷଣକାରୀ ଦେଶଙ୍କୁ ସହାୟତା କରୁଥିଲା । ଏହି ରାଜିନାମାରେ ଆମେରିକା ଥିଲେ ଲକ୍ଷ ଲକ୍ଷ କୋଟି ଡଲାରର କ୍ଷତି ସହିଥାନ୍ତା । ଗତ ସପ୍ତାହରେ ଆମେରିକା ଔପଚାରିକଭାବେ ଜାତିସଂଘକୁ ଜଣାଇଥିଲା ଯେ ଏହା ପ୍ୟାରିସ ରାଜିନାମା ୨୦୧୫ରୁ ଓହରି ଯାଇଛି ।

ସମ୍ବନ୍ଧିତ ଖବର