ଭାରତରେ କୋଟି କୋଟି ଜନତା ଦାରିଦ୍ର୍ୟରୁ ମୁକ୍ତି ପାଇଛନ୍ତି

ଜାତିସଂଘରେ ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କ ଉଦ୍‌ବୋଧନ

ଓ୍ଵାସିଂଟନ, ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ଆଜି ଜାତିସଂଘ ସାଧାରଣ ପରିଷଦ ଅଧିବେଶନରେ ଉଦ୍‌୍‌ବୋଧନ ଦେଇ ଭାରତର ଦାରିଦ୍ର୍ୟ ଦୂରୀକରଣ କାର୍ଯ୍ୟକ୍ରମକୁ ପ୍ରଶଂସା କରିଛନ୍ତି। ଭାରତ ଏକ ମୁକ୍ତ ସମାଜ ଏବଂ ସେଠାରେ କୋଟି କୋଟି ଜନତା ଦାରିଦ୍ର୍ୟରୁ ମୁକ୍ତି ପାଇବା ଉଲ୍ଲେଖନୀୟ ବୋଲି ଟ୍ରମ୍ପ୍‌ କହିଛନ୍ତି। ଇରାନ୍‌ ପ୍ରସଙ୍ଗ ଉଲ୍ଲେଖ କରି ଟ୍ରମ୍ପ୍‌ କହିଥିଲେ ଯେ ଇରାନ୍‌ର ଆକ୍ରମଣାତ୍ମକ ଭୂମିକା ଜାରି ରହିଥବାରୁ ସମସ୍ତ ରାଷ୍ଟ୍ର ଏହାକୁ ବର୍ଜନ କରିବା ଆବଶ୍ୟକ।

ସମ୍ବନ୍ଧିତ ଖବର