୩ ଭାରତୀୟ ଆମେରିକୀୟଙ୍କୁ ଗୁରୁତ୍ୱପୂର୍ଣ୍ଣ ପ୍ରଶାସନିକ ପଦବିରେ ନିଯୁକ୍ତି ଦେଲେ ରାଷ୍ଟ୍ରପତି ଟ୍ରମ୍ପ୍‌

ଓ୍ଵାସିଂଟନ୍‌: ଆମେରିକା ରାଷ୍ଟ୍ରପତି ଡୋନାଲ ଟ୍ରମ୍ପ ତିନି ଜଣ ଭାରତୀୟ ଆମେରିକୀୟଙ୍କୁ ଉଚ୍ଚ ପ୍ରଶାସନିକ ପଦବିରେ ନିଯୁକ୍ତ ଲାଗି ଚୟନ କରିଛନ୍ତି। ଏ ନେଇ ହ୍ଵାଇଟ ହାଉସରୁ ସିନେଟ୍‌କୁ ସଂପୃକ୍ତ ବ୍ୟକ୍ତିଙ୍କ ତାଲିକା ପଠାଯାଇଛି।

ସୂଚନା ଅନୁସାରେ ରୀତା ବରନ୍‌ଓ୍ୱାଲଙ୍କୁ ଶକ୍ତି(ପରମାଣୁ ଶକ୍ତି) ବିଭାଗର ସହକାରୀ ସଚିବ ଭାବେ ନିଯୁକ୍ତ ଲାଗି ଚୟନ କରାଯାଇଥିବା ବେଳେ ବିମଲ ପଟେଲଙ୍କୁ ଟ୍ରେଜେରି ବିଭାଗର ସହକାରୀ ସଚିବ ପଦ ଲାଗି ମନୋନୀତ କରାଯାଇଛି। ସେହିପରି ଆଦିତ୍ୟ ବମ୍‌ଜାଇଙ୍କୁ ଗୋପନୀୟତା ଓ ସାମାଜିକ ସ୍ୱାଧୀନତା ତଦାରଖ ବୋର୍ଡର ସଦସ୍ୟ ଭାବେ ଟ୍ରମ୍ପ ପ୍ରଶାସନ ମନୋନୀତ କରିଛନ୍ତି।

ପୂର୍ବରୁ ଏହି ତିନି ଭାରତୀୟ ଆମେରିକୀୟଙ୍କୁ ନିଯୁକ୍ତି ଦିଆଯିବ ବୋଲି ରାଷ୍ଟ୍ରପତି ଟ୍ରମ୍ପ ଘୋଷଣା କରିଥିଲେ, କିନ୍ତୁ ବୁଧବାର ସେମାନଙ୍କ ତାଲିକା ହ୍ଵାଇଟ୍‌ ହାଉସ୍‌ ପକ୍ଷରୁ ସିନେଟ୍‌କୁ ପଠାଯାଇଛି।

ଉଲ୍ଲେଖଯୋଗ୍ୟ କି,ଏଯାବତ୍‌ ତାଙ୍କର ରାଷ୍ଟ୍ରପତିତ୍ୱ କାଳରେ ଡୋନାଲ୍ଟ ଟ୍ରମ୍ପ ପ୍ରାୟ ୨୪ ଜଣ ଭାରତୀୟ-ଆମେରିକୀୟଙ୍କୁ ଗୁରୁତ୍ୱପୂର୍ଣ୍ଣ ପ୍ରଶାସନିକ ପଦବିରେ ନିଯୁକ୍ତ ଦେଇଛନ୍ତି।

ସମ୍ବନ୍ଧିତ ଖବର