ନାବାଳିକାଙ୍କୁ ଜିଅନ୍ତା ଜାଳି ହତ୍ୟା ଉଦ୍ୟମ

0 38

କାନପୁର: କାନପୁରରେ ଜଣେ ନାବାଳିକାଙ୍କୁ ଜିଅନ୍ତା ଜାଳି ହତ୍ୟା ଉଦ୍ୟମ ଘଟଣା ସମ୍ପୃକ୍ତ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ପୀଡ଼ିତା ନାବାଳିକା ଏବେ ହସ୍ପିଟାଲରେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି। ପୁଲିସ ଏନେଇ ଜଣଙ୍କୁ ଗିରଫ କରିଥିବାବେଳେ ଅନ୍ୟ ଦୁଇ ଅଭିଯୁକ୍ତ ଫେରାର ଅଛନ୍ତି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ପୀଡ଼ିତା ଜଣଙ୍କ ଘର ନିକଟସ୍ଥ ଏକ ନଳକୂଅରୁ ପାଣି ଆଣିବାକୁ ଯାଇଥିବାବେଳେ ୩ଜଣ ଲୋକ ତାଙ୍କୁ ପାଣି ଆଣିବାକୁ ଅଟକାଇଥିଲେ। କିନ୍ତୁ ସେ ସେମାନଙ୍କ କଥା ନଶୁଣିବାରୁ ୩ ଅଭିଯୁକ୍ତ ତାଙ୍କ ଚେତା ବୁଡ଼ିବା ପର୍ଯ୍ୟନ୍ତ ତାଙ୍କୁ ମାରିଥିଲେ। ପୀଡ଼ିତା ବେହୋସ୍‌ ହେବାପରେ ତାଙ୍କ ଉପରେ କିରାସିନି ଢାଳି ନିଅାଁ ଲଗାଇ ଦେଇଥିଲେ। ଗ୍ରାମବାସୀ ନାବାଳିକାକୁ ତୁରନ୍ତ ହସ୍ପିଟାଲକୁ ନେଇଥିଲେ ମଧ୍ୟ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.