ଇଣ୍ଡୋନେସିଆ ସୁନାମୀ : ଦୁଇ ମିଟର ଉଚ୍ଚାରେ ସମୁଦ୍ର ପାଣି ମାଡିଆସିଲା

0 1,186

ଜାକାର୍ତ୍ତା : ଇଣ୍ଡୋନେସିଆର  ସୁଲାେଓ୍ଵସି ରାଜ୍ୟରେ ଆଜି ଆସଥିବା ପ୍ରଳୟଙ୍କରୀ ସୁନାମୀରେ ପାଲୁ ସହରଟି ଜଳମଗ୍ନ ହୋଇଯାଇଛି । ପ୍ରତ୍ୟକ୍ଷଦର୍ଶୀଙ୍କ ମତରେ ଭୂମିକମ୍ପ ହେବା ପରେ ପ୍ରାୟ ୨ ମିଟର ଉଚ୍ଚତାର ସମୁଦ୍ର ଲହଡି ଆସିଥିଲା । ଏହା ଫଳରେ ସମୁଦ୍ର ପାଣି ସହରମଧ୍ୟକୁ ପ୍ରବଳ ବେଗରେ ମାଡିଆସିଛି  ଓ ଘରଦ୍ୱାର ଓ ଯାନବାହାନ ଆଦିକୁ ଭସେଇ ନେଇଛି । ଏଥିରେ ଅନେକ ଲୋକ ନିଖୋଜ ହୋଇଯାଇଛନ୍ତି । ସେମାନେ ମୃତ୍ୟୁବରଣ କରିଥିବା ଆଶଙ୍କା କରାଯାଉଛି । ଲୋକମାନଙ୍କ ସହାୟତା ଓ ଉଦ୍ଧାର କାର୍ଯ୍ୟ ପାଇଁ ଇଣ୍ଡୋନେସିଆ ସରକାର ଏକ ବଡ଼ ଧରଣର ରିଲିଫ ଓ ସହାୟତା ଅଭିଯାନ ଆରମ୍ଭ କରିଛନ୍ତି । ହେଲିକାପ୍ଟର ଓ ବୋଟ୍‌ ଆଦି ବ୍ୟବହାର କରି ଫଶି ରହିଥିବା ଲୋକମାନଙ୍କୁ ଠାବ କରି ଉଦ୍ଧାର କରାଯାଉଛି । ଏହି ସହର ପାଲୁରେ ଗତ ୨୦୦୫ରେ ଓ ୨୦୦୪ରେ ମଧ୍ୟ ଭୂକମ୍ପ ପରେ ସୁନାମୀ ଆସିଥିଲା ।ଆଜି ଆସିଥିବା  ଭୂମିକମ୍ପଟି ସ୍ଥାନୀୟ ସମୟ ସଂଧ୍ୟା ୫ଟା ୦୨ ମିନିଟ ସମୟରେ କେନ୍ଦ୍ରୀୟ ସୁଲାଓ୍ଵସୀ ରାଜ୍ୟରେ ହୋଇଛି । ଏହାର କିଛି ଘଣ୍ଟା ପୂର୍ବରୁ ସେହି ସୁଲାେଓ୍ଵସୀ ରାଜ୍ୟର ଡୋଙ୍ଗଲାଠାରେ ଆଉ ଭୂମିକମ୍ପ ହୋଇ ଜଣେ ବ୍ୟକ୍ତି ମୃତ ଓ ପ୍ରାୟ ୧୦ ଜଣ ଆହତ ହୋଇଥିଲେ ।

 

ସମ୍ବନ୍ଧିତ ଖବର

Leave A Reply

Your email address will not be published.