ଇତିହାସ ରଚିବାକୁ ଯାଉଛନ୍ତି ଆମେରିକାର ପ୍ରଥମ ହିନ୍ଦୁ ସାଂସଦ ତୁଳସୀ ଗାବାର୍ଡ଼, ଡେମୋକ୍ରାଟିକ ଦଳର ପ୍ରାର୍ଥୀ ଭାବେ ରାଷ୍ଟ୍ରପତି ନିର୍ବାଚନ ଲଢ଼ିବେ

ନୂଆଦିଲ୍ଲୀ: ୨୦୨୦ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ ଆମେରିକାର ପ୍ରଥମ ହିନ୍ଦୁ ସାଂସଦ ତୁଳସୀ ଗାବାର୍ଡ଼ । ଇତିହାସ ରଚିବା ଅପେକ୍ଷାରେ ଅଛନ୍ତି ତୁଳସୀ  ଆଉ ଏକଥା ସେ ନିଜେ ସ୍ପଷ୍ଟ କରିଛନ୍ତି । ଆଗାମୀ ସପ୍ତାହରେ ଏନେଇ ବିଧିବଦ୍ଧ ଘୋଷଣା ହୋଇପାରେ । ଆମେରିକାରେ ପ୍ରଥମ ହିନ୍ଦୁ ସାଂସଦ ଭାବେ ସେ ନିର୍ବାଚନ ଲଢିବାକୁ ଯାଉଛନ୍ତି ।

୨୦୨୦ରେ ମୁଁ ଆମେରିକାର ରାଷ୍ଟ୍ରପତି  ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବା ପାଇଁ ନିଷ୍ପତ୍ତି ନେଇସାରିଛି ବୋଲି କହିଛନ୍ତି ତୁଳସୀ ଗାବାର୍ଡ଼ । ଆମେରିକା ସିନେଟରେ ହୱାଇର ପ୍ରତିନିଧିତ୍ୱ କରୁଛନ୍ତି ଏହି ଡେମୋକ୍ରାଟିକ ଦଳର ସାଂସଦ। ତେବେ ପୂର୍ବରୁ ୨୦୨୦ରେ ସେ ନିର୍ବାଚନ ଲଢିବେ ବୋଲି ଅନୁମାନ କରାଯାଉଥିଲା । ଗତ ମାସରେ ଏ ନେଇ ସେ ସଙ୍କେତ ମଧ୍ୟ ଦେଇଥିଲେ । ତେବେ ଗାବାର୍ଡ଼ଙ୍କ ଏହି ଘୋଷଣା ପରେ ଆମେରିକା ଇତିହାସରେ ଏହା ପ୍ରଥମ ଥର ଘଟିବ, କୌଣସି ହିନ୍ଦୁଙ୍କୁ କୌଣସି ଦଳ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଛିଡାକରାଯିବ ।

ରାଷ୍ଟ୍ରପତି ଭାବେ ତୁଳସୀ ଗାବାର୍ଡ଼ ନିର୍ବାଚନ ଜିତିଲେ, ସେ ଆମେରିକାର ପ୍ରଥମ ମହିଳା ତଥା ଯୁବ ରାଷ୍ଟ୍ରପତି ହେବ । ତେବେ ଆମେରିକା ପାଇଁ କେଉଁ କେଉଁ ଲକ୍ଷ୍ୟ ନେଇ ନିର୍ବାଚନ ଲଢ଼ୁଛନ୍ତି, ସେକଥା ମଧ୍ୟ ସ୍ପଷ୍ଟ କରିସାରିଛନ୍ତି । ଯୁଦ୍ଧ ଓ ଶାନ୍ତି ପ୍ରତିଷ୍ଠାର ଦିଗରେ ବିଶେଷ ଦୃଷ୍ଟି ଦେବାକଥା ସେ କହିଛନ୍ତି ।

ତୁଳସୀ ଗାବାର୍ଡ଼  ହିନ୍ଦୁ, କିନ୍ତୁ  ଭାରତୀୟ ନୁହଁନ୍ତି !

ତୁଳସୀ ଗାବାର୍ଡ଼  ଆମେରିକାର ହୱାଇ ରାଜ୍ୟରୁ ଡେମୋକାର୍ଟିକ ପାର୍ଟିର ସାସଂଦ ଅଟନ୍ତି । ୩୭ ବର୍ଷୀୟ ତୁଳସୀ ହୱାଇ ରାଜ୍ୟରୁ ୪ ଥର ଡିମୋକ୍ରାଟିକ ପାର୍ଟିର ସାଂସଦ ଭାବେ ନିର୍ବାଚନ ଜିତିଛନ୍ତି । ପ୍ରତ୍ୟେକ ଥର ବଡ଼ ଭୋଟରେ ଜିତିଛନ୍ତି ମଧ୍ୟ ।

 

ରାଜନୀତିରେ ପାଦ ଥାପିବା ପୂର୍ବରୁ ତୁଳସୀ ଗାବେର୍ଡ଼ ୧୨ ମାସ ପାଇଁ ଆମେରିକା ସେନାରେ କାର୍ଯ୍ୟରତ ଥିଲେ । ସବୁଠାରୁ ବଡ କଥା ହେଉଛି ଗାବାର୍ଡ ହିନ୍ଦୁ ହେଲେ ମଧ୍ୟ ସେ ଭାରତୀୟ ନୁହଁନ୍ତି । ତୁଳସୀ ଗାବେର୍ଡଙ୍କ ଜନ୍ମ ଆମେରିକା ସମାଓରେ ଏକ କାଥୋଲିକ ପରିବାରରେ ହୋଇଥିଲା।

ତାଙ୍କ ମା ହିନ୍ଦୁ ଧର୍ମକୁ ଆପଣାଇଥିବା ଯୋଗୁଁ ପରବର୍ତ୍ତୀ ସମୟରେ ସେ ବି ହିନ୍ଦୁ ଧର୍ମକୁ ଆପଣାଇଥିଲେ । ତୁଳସୀ ହେଉଛନ୍ତି ଆମେରିକାର ପ୍ରଥମ ସାଂସଦ, ଯିଏ ଭାଗବତ ଗୀତାକୁ ହାତରେ ଧରି ଶପଥ କରିଥିଲେ । ଭାରତୀୟ ନ ହୋଇ ମଧ୍ୟ ଭାରତୀୟ ମୂଳଧର୍ମ ପ୍ରତି ତାଙ୍କର ଅହେତୁକ ଅନୁରକ୍ତି ରହିଛି ।

ସମ୍ବନ୍ଧିତ ଖବର