ଇଦ୍‌ଗା ପାଖ ଛକରେ ତୁଳସୀ ଗଛ ଲଗାଯିବାରୁ ଉତ୍ତର ପ୍ରଦେଶର ଏକ ଗାଁ’ରେ ଉତ୍ତେଜନା

0 445

ମୁଜାଫରନଗର: ଇଦ୍‌ଗା ନିକଟରେ ନୂଆ କରି ତିଆରି ହୋଇଥିବା ଛକରେ ତୁଳସୀ ଗଛ ଲଗା ଯାଇଥିବାରୁ ଉତ୍ତର ପ୍ରଦେଶର ମୁଜାଫରନଗର ଅନ୍ତର୍ଗତ ଏକ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଥିବା କଥା ରବିବାର ଦିନ ପୁଲିସ କହିଛି।

ସର୍କଲ୍‌ ଅଫିସର୍‌ ହରିଶ ଭାଦୋରିଆ କହିଛନ୍ତି ଯେ ସଂଖ୍ୟା ଲଘୁ ସମ୍ପ୍ରଦାୟର ସଦସ୍ୟମାନେ ଶନିବାର ଦିନ ସେ ତୁଳସୀ ଗଛକୁ ନଷ୍ଟ କରି ଦେବାରୁ ସମ୍ପୃକ୍ତ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଔଷଧୀୟ ବୃକ୍ଷ ତୁଳସୀ ହିନ୍ଦୁମାନଙ୍କର ଆରାଧ୍ୟା ଦେବୀ।

ଘଟଣାସ୍ଥଳରେ ଦଳେ ପୁଲିସ ପହଞ୍ଚି ପରିସ୍ଥିତିକୁ ଅକ୍ତିଆରକୁ ଆଣିଥିଲେ। ସମ୍ପୃକ୍ତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଠୋର କରାଯାଇଥିବା ସେ ପୁଲିସ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.