ପେଟରେ ଯନ୍ତ୍ରଣା ହେବାରୁ ଡ଼ାକ୍ତରଖାନାରେ ପହଞ୍ଚିଲେ ମହିଳା,ଅସ୍ତ୍ରୋପଚାର ପରେ ଗର୍ଭାଶୟରୁ ବାହାରିଲା ୩୫କିଲୋର ଟ୍ୟୁମର

ନାଦିଆ(ପଶ୍ଚିମବଙ୍ଗ) : ପଶ୍ଚିମବଙ୍ଗରେ ଜଣେ ମହିଳାଙ୍କ ଗର୍ଭାଶୟରୁ ୩୫କିଲୋର ଟ୍ୟୁମର ବାହାରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ପେଟର ଯନ୍ତ୍ରଣା ଅସହ୍ୟ ହେବାରୁ ମହିଳାଜଣଙ୍କ ଡ଼ାକ୍ତରଖାନାରେ ପହଞ୍ଚିଥିଲେ । କାରଣ ଜାଣିବା ପାଇଁ ତାଙ୍କର ଅଲଟ୍ରାସୋନୋଗ୍ରୋଫି କରାଯିବା ପରେ ଭିତରେ ଥିବା ଟ୍ୟୁମରର ଆକାର ଦେଖି ଡ଼ାକ୍ତରଙ୍କ ହୋସ ଉଡ଼ି ଯାଇଥିଲା । ତୁରନ୍ତ ଅସ୍ତ୍ରୋପଚାର କରାଯିବା ପରେ ଭିତରୁ ୩୫କିଲୋର ୨ଟି ଟ୍ୟୁମର ବାହାର କରିଥିଲେ ଡ଼ାକ୍ତର । ଏହି ଅସ୍ତ୍ରୋପଚାରଟି ପଶ୍ଚିମବଙ୍ଗର ନାଦିଆ ଜିଲ୍ଲାରେ ଥିବା କଲ୍ୟାଣ ମେଡ଼ିକାଲ କଲେଜରେ କରାଯାଇଥିବା ବେଳେ ମହିଳାଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ସ୍ଥିର ଥିବା ଜଣା ପଡ଼ିଛି । ସୂଚନା ମୁତାବକ,ରଜନୀବାବୁରେ ରହୁଥିବା ଆର୍‌ତୀ ଅଧିକାରୀ ନାମକ ଜଣେ ମହିଳାଙ୍କ ପେଟରେ ହଠାତ୍‌ ଅସହ୍ୟ ଯନ୍ତ୍ରଣା ଆରମ୍ଭ ହୋଇଥିଲା । ଯାହା ପାଇଁ ସେ କଲ୍ୟାଣ ମେଡ଼ିକାଲ କଲେଜ ଆସି ଡ଼ାକ୍ତରଙ୍କୁ ସବୁ ବିଷୟରେ ଜଣାଇବା ପରେ ଡ଼ାକ୍ତର ତାଙ୍କୁ ଅଲଟ୍ରାସୋନୋଗ୍ରାଫି କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

Zee News

ଅଲଟ୍ରାସୋନୋଗ୍ରାଫ ପରେ ଆର୍‌ତୀଙ୍କ ପେଟ ଭିତରେ ଏକ ବଡ଼ ଆକାରର ଟ୍ୟୁମର ହୋଇଥିବା ଡ଼ାକ୍ତର ଦେଖିଥିଲେ । ଏହା ପରେ ତୁରନ୍ତ ଅସ୍ତ୍ରୋପଚାର ପାଇଁ ନିର୍ଦ୍ଦେଶ ଦେବା ପରେ ଅସ୍ତ୍ରୋପଚାର କରାଯାଇ ଆର୍‌ତୀଙ୍କ ପେଟରୁ ୨ଟି ଟ୍ୟୁମରକୁ ବାହାର କରାଯାଇଥିଲା । ଏଭଳି ଅସ୍ତ୍ରୋପଚାର ପ୍ରଥମ ଥର ପାଇଁ କରାଯାଇଛି ବୋଲି ଡ଼ାକ୍ତର କହିବା ସହ ଆର୍‌ତୀଙ୍କ ଅବସ୍ଥା ଏବେ ସ୍ଥିର ଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର