ତୁଟିକୋରିନ ଗୁଳିକାଣ୍ଡ, ଏସପି, ଜିଲ୍ଲାପାଳଙ୍କ ବଦଳି

ଚେନ୍ନାଇ : ତାମିଲନାଡୁର ବନ୍ଦର ନଗରୀ ତୁତୁକୋରିନଠାରେ ଚଲିଥିବା ବେଦାନ୍ତ ବିରୋଧୀ ଆନ୍ଦୋଳନ ଦିନକୁ ଦିନ ଜଟିଳ ରୂପ ନେଉଛି । ଗତ କାଲି ଉଗ୍ର ଭୀଡଙ୍କୁ ଘଉଡେଇବାକୁ ଯାଇ ପୁଲିସ ପକ୍ଷରୁ କରାଯାଇଥିବା ଗୁଳିମାଡରେ ୧୧ ଜଣ ମୃତ୍ୟୁବରଣ କରିଥିଲେ । ଆଜି ପୁଣି ଥରେ ପୁଲିସ ଗୁଳିମାଡରେ ଆଉ ଜଣେ ବ୍ୟକ୍ତି ମୃତ୍ୟୁବରଣ କରିଛି । ଫଳରେ ମୃତ୍ୟ ସଂଖ୍ୟା ୧୨ ଛୁଇଁଛି । ଏହି ଘଟଣାରେ ତାମିଲନାଡୁ ସରକାର ଆଜି ତୁତୁକୋଡି ଜିଲ୍ଲାର ଏସପି ଓ ଜିଲ୍ଲାପାଳଙ୍କୁ ବଦଳି କରିଛନ୍ତି । ତୁତୁକୋରିନଠାରେ ଥିବା ବେଦାନ୍ତର କପର ସ୍ମେଲଟର ପ୍ଲାଣ୍ଟକୁ ସ୍ଥାନୀୟ ଲୋକମାନେ ବିରୋଧ କରିଆସୁଛନ୍ତି । ଏହାର ୨୫ ବର୍ଷିଆ ଲିଜ ସମୟ ଶେଷ ହେବାକୁ ଯାଉଥିବା ବେଳେ ରାଜ୍ୟ ସରକାର ଏହି ସମୟସୀମାକୁ ଆଉ ୨୫ ବର୍ଷ ପାଇଁ ବଢାଇବାକୁ ନିଷ୍ପତ୍ତି ନେଇଛନ୍ତି । ଏହା ଫଳରେ ଲୋକମାନେ ଭୀଷଣ ଅସନ୍ତୋଷ ପ୍ରକାଶ କରିଛନ୍ତି । ତେବେ ଗତ କାଲିର ଘଟଣା ପରେ ସରକାର ଏହି ସଂପ୍ରସାରଣକୁ ଅଟକାଇ ଦେଇଛନ୍ତି ।

ସମ୍ବନ୍ଧିତ ଖବର