ନାନାଙ୍କ ଲିଗାଲ୍‌ ନୋଟିସ୍‌, ତନୁଶ୍ରୀଙ୍କ ସମର୍ଥନରେ ଟ୍ବିଙ୍କଲ୍‌, ସୋନମ, ପ୍ରିୟଙ୍କା

ନୂଆଦିଲ୍ଲୀ: ତନୁଶ୍ରୀ ଦତ୍ତ ବିବାଦ ମାମଲାରେ ଏବେ ବଲିଉଡ୍‌ ସରଗରମ ରହିଛି। ନାନା ପାଟେକର ତନୁଶ୍ରୀଙ୍କ ଅଭିଯୋଗକୁ ମିଥ୍ୟା ଦର୍ଶାଇ ତାଙ୍କୁ ଲିଗାଲ୍‌ ନୋଟିସ୍‌ ପଠାଇଛନ୍ତି। ଅନ୍ୟପ‌େଟ ତନୁଶ୍ରୀଙ୍କୁ ଏବେ ବଲିଉଡ୍‌ରୁ ସମର୍ଥନ ମିଳିଛି। ବଲିଉଡ୍‌ ଅଭିନେତ୍ରୀ ଟ୍ବିଙ୍କଲ ଖାନ୍ନା, ସୋନମ କପୁର ଏବଂ ପ୍ରିୟଙ୍କା ଚୋପ୍ରା ତନୁଙ୍କୁ ସମର୍ଥନ କରିଛନ୍ତି। ଟ୍ବିଙ୍କଲ୍‌ ଖାନ୍ନା ଟ୍ବିଟ୍‌ କରି କହିଛନ୍ତି ଯେ ନିର୍ଯାତନା ବିରୋଧରେ ମୁହଁ ଖୋଲିଥିବା ତନୁଶ୍ରୀ ଆମ ସମସ୍ତଙ୍କ ପାଇଁ ସତ୍ୟ ସାମ୍ନାକୁ ଆଣିଛନ୍ତି। ପ୍ରିୟଙ୍କା ଚୋପ୍ରା, ପରିଣୀତି ଚୋପ୍ରା, ସ୍ବରା ଭାସ୍କର, ରିଚା ଚଡ୍ଡା , ଅନୁରାଗ କାଶ୍ୟପ ମଧ୍ୟ ଟ୍ବିଙ୍କଲ୍‌ଙ୍କୁ ସମର୍ଥନ କରିଛନ୍ତି। ଅନ୍ୟପକ୍ଷେ ଆଜି ତନୁଶ୍ରୀ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ବି‌େରାଧରେ ଅଭିଯୋଗ ଆଣିଛନ୍ତି । ବିବେକ ତାଙ୍କୁ ୨୦୦୫ ମସିହାରେ ଏକ ଫିଲ୍ମରେ ଶରୀରରୁ ବସ୍ତ୍ର ଓହ୍ଲାଇ ନାଚିବାକୁ କହିଥିଲେ। ତନୁଶ୍ରୀଙ୍କ ଅଭିଯୋଗ ନେଇ ସଲମାନ୍ ଖାନ୍‌ଙ୍କୁ ପଚରାଯିବାରୁ ସେ ଏହି ବିଷୟରେ କିଛି ଜାଣିନଥିବା କହିଛନ୍ତି।

ସମ୍ବନ୍ଧିତ ଖବର