ପ୍ରତିରକ୍ଷା ମନ୍ତ୍ରୀଙ୍କ ବିରୋଧରେ ଟିପ୍ପଣୀ:ରାହୁଲ୍‌ଙ୍କୁ ଏନ୍‌ସିଡବ୍ଲ୍ୟୁ ନୋଟିସ୍‌

ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିକଟରେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବିରୋଧରେ ଦେଇଥିବା ‘ମହିଳା’ ଟିପ୍ପଣୀ ତାଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି। ରାହୁଲଙ୍କର ମନ୍ତବ୍ୟକୁ ଅସମ୍ମାନଜନକ, ଅନୈତିକ ଏବଂ ଆକ୍ରମଣାତ୍ମକ କହି ଜାତୀୟ ମହିଳା କମିସନ୍‌ (ଏନ୍‌ସିଡବ୍ଲ୍ୟୁ) ରାହୁଲ ଗାନ୍ଧୀଙ୍କୁ ନୋଟିସ୍‌ ଜାରି କରି ସ୍ପଷ୍ଟୀକରଣ ଲୋଡ଼ିଛନ୍ତି। ଗତ ବୁଧବାର ଦିନ ଜୟପୁରରେ ଅନୁଷ୍ଠିତ ଏକ କୃଷକ ରୢାଲିରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ‘ଚୌକିଦାର ହିଁ ଚୋର’ ବୋଲି ସ୍ଲୋଗାନ୍‌ ଦେଇଥିଲେ। ଲୋକସଭାରେ ପ୍ରଧାନମନ୍ତ୍ରୀ ନ‌ରେନ୍ଦ୍ର ମୋଦୀ ରାଫେଲ୍‌ ପ୍ରସଙ୍ଗରେ ନିଜେ ଉତ୍ତର ଦେବା ପରିବର୍ତ୍ତେ ଜ‌ଣେ ‘ମହିଳା’ ନିର୍ମଳା ସୀତାରମଣଙ୍କ ଦ୍ବାରା ସଂସଦରେ ଜବାବ ରଖୁଛନ୍ତି। ବୋଲି ସେ କହିଥିଲେ। ପ୍ରଧାନମନ୍ତ୍ରୀ ନିଜେ ଖସି ପଳାଇଲେ ଏବଂ ତାଙ୍କୁ ସୁରକ୍ଷା ଦେବାପାଇଁ ଜଣେ ମହିଳାଙ୍କୁ କହିଲେ ବୋଲି ରାହୁଲ କହିଥିଲେ। କିନ୍ତୁ ରାହୁଲଙ୍କ ଏଭଳି ଟିପ୍ପଣୀରେ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି ଏନ୍‌ସିଡବ୍ଲ୍ୟୁ। ଏଭଳି ଟିପ୍ପଣୀ ଅତୀବ ଅସମ୍ମାନଜନକ ବୋଲି ଏନ୍‌ସିଡବ୍ଲ୍ୟୁ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର