ଟ୍ବିଟର ଆକାଉଣ୍ଟ୍‌ରୁ ବିଜେପି ଟ୍ୟାଗ୍ ହଟାଇଲେ ପଙ୍କଜା

ମୁମ୍ବାଇ: ବିଜେପି ନେତ୍ରୀ ତଥା ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ପଙ୍କଜା ମୁଣ୍ଡେ ଫେସବୁକ୍ ପରେ ଟ୍ବିଟରରୁ ଦଳର ପରିଚୟକୁ ହଟାଇ ଦେଇଛନ୍ତି। ଏହାପରେ ସେ ବିଜେପି ଛାଡ଼ିବା ନେଇ କଳ୍ପନାଜଳ୍ପନା ବଢ଼ିଯାଇଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଗୋପୀନାଥ ମୁଣ୍ଡେଙ୍କ ଝିଅ ପଙ୍କଜା କି ପଦକ୍ଷେପ ନେଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି। ତେବେ ମହାରାଷ୍ଟ୍ର ବିଜେପି ମୁଖ୍ୟ ଚନ୍ଦ୍ରକାନ୍ତ ପାଟିଲ ପଙ୍କଜା ମୁଣ୍ଡେ ଦଳ ଛାଡ଼ିବା ଚର୍ଚ୍ଚା ଭିତ୍ତିହୀନ ବୋଲି ‌କହିଛନ୍ତି। ପଙ୍କଜା ଶିବସେନାରେ ଯୋଗଦେବେ ବୋଲି ଆଲୋଚନା ହେଉଛି।

ସମ୍ବନ୍ଧିତ ଖବର