‘ଆପଣ ରାହୁଲ ଗାନ୍ଧିଙ୍କ ଠାରୁ ବି ଅଧିକ ମଜାଳିଆ’ ପ୍ରତିକ୍ରିୟାର ଏଭଳି ଉତ୍ତର ରଖିଲେ ସୁଷମା ସ୍ୱରାଜ

ନୂଆଦିଲ୍ଲୀ: କେନ୍ଦ୍ରୀୟ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ସୋସିଆଲ ମିଡିଆରେ ନିଜର ପ୍ରତିକ୍ରିୟା ଦେବା ଓ ସୋସିଆଲ ମିଡିଆ ମାଧ୍ୟମରେ ଲୋକମାନଙ୍କ ସାହାଯ୍ୟ କରିବା ପାଇଁ ଚର୍ଚ୍ଚାରେ ରହି ଥାଆନ୍ତି। ନିକଟରେ ଜଣେ ଟୁଇଟର ବ୍ୟବହାରକାରୀ ସୁଷମା ସ୍ୱରାଜଙ୍କ ଟୁଇଟରେ କମେଣ୍ଟ କରି ଲେଖିଥିଲେ, ‘ଆପଣ ରାହୁଲ ଗାନ୍ଧିଙ୍କ ଠାରୁ ବି ଅଧିକ ମଜାଳିଆ ସ୍ୱଭାବର ଅଟନ୍ତି।’ ତେବେ ସୁଷମା ଏହାର ଉତ୍ତରରେ ଲେଖିଥିଲେ ତେବେ ମୋତେ ମଜାକିଆ ଛାଡ଼ି ଦେବା ଉଚିତ।

ଜଣେ ଟୁଇଟର ବ୍ୟବହାରକାରୀ ସୁଷମା ସ୍ୱରାଜଙ୍କୁ ନିଜର ଶାଶୁ-ଶ୍ୱଶୁରଙ୍କୁ ଭିସା ଦେବା ପାଇଁ ସାହାଯ୍ୟ ମାଗିଥିଲେ। ଶାଶୁ-ଶ୍ୱଶୁରଙ୍କୁ ବିବାହରେ ସାମିଲ ହେବା ପାଇଁ ଭିସା ମିଳୁନାହିଁ। ସେଥିପାଇଁ ତାଙ୍କୁ ଏହି ଯାତ୍ରା ବାତିଲ କରିବାକୁ ପଡ଼ିଛି। ସାହାଯ୍ୟ କରନ୍ତୁ କାରଣ ତାଙ୍କ ଗୋଟିଏ ବୋଲି ଝିଅର ବିବାହ ଅଛି, ଏହି ବିବାହ ଉତ୍ସବରେ ତାଙ୍କ ଶାଶୁ-ଶ୍ୱଶୁର ସାମିଲ ହେବାକୁ ସେ ଚାହାନ୍ତି।

 

ଏହି ଟୁଇଟରେ ସୁଷମା କହିଥିଲେ, ଅଛା ମୁଁ ତୁମର ଶ୍ୱଶୁର ଘରଲୋକଙ୍କୁ ଭାରତୀୟ ଭିସା ଦେବାରେ ସାହାଯ୍ୟ କରି ପାରିବି। ଏମିତିରେ ତାଙ୍କୁ ଏହି ଯାତ୍ରା ବାତିଲ କରିବାକୁ ପଡ଼ିବ ନାହିଁ। ଏହି ଟୁଇଟରେ ବ୍ୟକ୍ତି ଜଣକ ରାହୁଲ ଗାନ୍ଧିଙ୍କ ଠାରୁ ବି ଆପଣ ଅଧିକ ମଜାଳିଆ ବୋଲି ସୁଷମାଙ୍କୁ କହିଥିଲେ।

ସମ୍ବନ୍ଧିତ ଖବର