ବୁମେରାଂ ହେଲା ସିଦ୍ଧରାମାୟାଙ୍କ ଟ୍ଵିଟ୍‌, ଯେଉଁ ଭାଷାରେ ଲେଖିଥିଲେ, ସେହିଭାଷାରେ ଜବାବ ପାଇଲେ

ବାଙ୍ଗାଲୁରୁ : ଧୀରେ ଧୀରେ ବେଶ ସରଗରମ ହେଉଛି କର୍ଣ୍ଣାଟକର ନିର୍ବାଚନ ପ୍ରଚାର । ପ୍ରଚାର ମୈଦାନରେ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ ସିଦ୍ଧରାମାୟା ଓ ବିଜେପି ନେତା ୟେଦ୍ୟୁରାପ୍ପା । କେବଳ ପାରମ୍ପରିକ ପ୍ରଚାର ନୁହେଁ ସୋସିଆଲ ମିଡିଆରେ ମଧ୍ୟ ଦୁଇଦଳ ମଧ୍ୟରେ ଉତ୍ତେଜନା ଚରମସୀମାରେ ପହଞ୍ଚିଛି ।

ସିଦ୍ଧରାମାୟାଙ୍କ ଏକ ଟ୍ଵିଟ୍‌ ଆଜି ତାଙ୍କ ପାଇଁ ବୁମେରାଂ ହୋଇଛି ।  ଯେଉଁ ଭାଷାରେ ଲେଖିଥିଲେ, ସେହିଭାଷାରେ ଜବାବ ଦେଇଛି ବିଜେପି ।ଟ୍ଵିଟ୍‌ କରି ସେ ଲେଖିଥିଲେ ଯେ “କର୍ଣ୍ଣାଟକ ବିଜେପି ଏବେ ଉତ୍ତର ଭାରତରୁ ଦୁଇ ନେତା ନରେନ୍ଦ୍ରମୋଦି ଓ ଯୋଗୀ ଆଦିତ୍ୟନାଥଙ୍କ ଆମଦାନୀକୁ ଅପେକ୍ଷା କରିଛି । କର୍ଣ୍ଣାଟକରେ ବିଜେପିର କୌଣସି ନେତା ନାହାନ୍ତି, ୟେଦ୍ୟୁରପ୍ପାଙ୍କୁ କେବଳ ଏକ କଣ୍ଢେଇରେ ପରିଣତ କରିଦିଆଯାଇଛି ।”

ବିଜେପି ପକ୍ଷରୁ ତୁରନ୍ତ ଏହାର ଜବାବ ଆସିଲା । “ଏବେ ମୁଖ୍ୟମନ୍ତ୍ରୀ ସିଦ୍ଧରାମାୟାଙ୍କୁ ଆମଦାନୀ କଣ ତାହା ବୁଝାଇବାର ସମୟ ଆସିଯାଇଛି । ବିଦେଶରୁ କୌଣସି ସାମଗ୍ରୀକୁ ଆଣିବାକୁ ଆମଦାନୀ କୁହାଯାଏ । ଉଦାହରଣସ୍ୱରୂପ ଯେତେବେଳେ ଆପଣ ବାଙ୍ଗାଲୁରୁରେ ଥିବା ନିଜର ବାଥରୁମ ପାଇଁ ଇଟାଲିରୁ ଟଏଲେଟ୍ ସାମଗ୍ରୀ ମଗାନ୍ତି, ତାହାକୁ ଆମଦାନୀ କୁହାଯାଏ । କିନ୍ତୁ ଯେତେବେଳେ ଜଣେ ଦୁଷ୍କର୍ମ ଅଭିଯୁକ୍ତ କେସି ବେଣୁଙ୍କୁ କେରଳରୁ କର୍ଣ୍ଣାଟକକୁ ପ୍ରଭାରୀ ହିସାବରେ ଆଣନ୍ତି ତାହାକୁ ଆମଦାନୀ କୁହାଯାଏ ନାହିଁ ।”

ସମ୍ବନ୍ଧିତ ଖବର