ବେଜିଂ : ଗତ ମେ ମାସରେ ପ୍ୟାରିସରେ ଘଟିଥିବା ଘଟଣା ଆପଣଙ୍କର ମନେଥିବ । ଜଣେ ଯୁବକ ଅତ୍ୟନ୍ତ ଦୁଃସାହସିକ ଭାବେ ଏକ ଆପାର୍ଟମେଣ୍ଟରେ ଝୁଲିଥିବା ଏକ ଶିଶୁକୁ ଉଦ୍ଧାର କରିଥିଲା । ଠିକ ସେହିଭଳି ଏକ ଘଟଣା ଚୀନରେ ଘଟିଛି । ଚୀନର ଏକ ଆପାର୍ଟମେଣ୍ଟର ୪ର୍ଥ ମହଲାର ଝରକାରେ ଝୁଲିଥିବା ଏକ ଶିଶୁକୁ ଦୁଇଜଣ ଯୁବକ ଚଢି ଉଦ୍ଧାର କରିଛନ୍ତି । ଏ ସମସ୍ତ ଘଟଣା ସିସିଟିଭିରେ ଉଠିଯାଇଛି ।
Sambad is now on WhatsApp
Join and get latest news updates delivered to you via WhatsApp
Thanks to two superheroes — known everyday as a courier and a small business owner — a 3-year-old child trapped outside the 4th floor in E China’s Jiangsu was saved from danger in only two minutes. pic.twitter.com/NjTz6O4Q7K
— People’s Daily,China (@PDChina) September 9, 2018
ଚୀନର ଖବରକାଗଜ ପିପୁଲ୍ସ ଡେଲିରେ ପ୍ରକାଶିତ ଖବର ଅନୁସାରେ ଶିଶୁଟିର ପିତାମାତା ଘରେ ନଥିବାବେଳେ ଏହି ଘଟଣା ଘଟିଥିଲା । ୩ ବର୍ଷର ଶିଶୁଟି ଶୋଇଥିବାବେଳେ ବାହାରୁ କବାଟ କିଳି ପିତାମାତା ବାହାରକୁ ଯାଇଥିଲେ । କିନ୍ତୁ ଶିଶୁଟି ଉଠିବା ପରେ ଝରକା ଖୋଲି ତଳକୁ ଝୁଲିଯାଇଥିଲା । ଶିଶୁଟି କାନ୍ଦୁଥିବାବେଳେ ବାଟରେ ଯାଉଥିବା ଦୁଇଜଣ କୋରିୟର ଡେଲିଭରୀ ବୟ ଏହା ଦେଖିପାରିଥିଲେ । ସେମାନେ ତୁରନ୍ତ ଆପାର୍ଟମେଣ୍ଟର ୪ ମହଲା ଉପରକୁ ଚଢି ଶିଶୁକୁ ନିରାପଦରେ ଉଦ୍ଧାର କରିଥିଲେ । ଏହି ଦୁଇଜଣ ଯୁବକଙ୍କୁ ସ୍ଥାନୀୟ ସରକାର ସମ୍ମାନିତ କରିଛନ୍ତି ।