ତାରକା ହୋଟେଲରେ ଦୁଇଟି ପଇଡର ଦାମ ୭୬୭ ଟଙ୍କା ! ପ୍ରତିବାଦ ଜଣାଇ ଟୁଇଟ କଲେ ଜଣାଶୁଣା ସିନେ ପ୍ରଯୋଜକ ଅକ୍ଷୟ ପରିଜା

ଚେନ୍ନାଇ: ଦିନକୁ ଦିନ ବଢିଚାଲିଛି ଦାମୀ ହୋଟେଲର ମନମାନୀ | ବିଭିନ୍ନ ଉପାୟରେ ବିଲ ବଢ଼ାଇ ଗ୍ରାହକଙ୍କୁ ଠକୁଥିବାର ଅଭିଯୋଗ ସାମ୍ନାକୁ ଆସିଛି | କିଛି ଏଭଳି ଘଟଣା ଓଡ଼ିଆ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ସହ ଘଟିଛି | ଅକ୍ଷୟ ନିଜେ ଟ୍ୱିଟର ରେ ଏହାକୁ ନେଇ ପ୍ରତିବାଦ କରିଛନ୍ତି| ମିଳିଥିବା ସୂଚନା ମୁତାବକ ଚେନ୍ନାଇର ଏକ ହୋଟେଲରେ ଅକ୍ଷୟ ରହୁଥିବା ବେଳେ ଦୁଇଟି ପଇଡ଼ ପାଇଁ ୭୬୭ ଟଙ୍କା ବିଲ ଆସିଥିଲା | ଏହି ବିଲକୁ ନେଇ ଅକ୍ଷୟ ସୋସିଆଲ ମିଡିଆରେ ପୋଷ୍ଟ କରିବା ସହ ଦୁଇଟି ବିୟର ବୋତଲ ଏହାଠାରୁ କମ ମୂଲ୍ୟରେ ମିଳିବ ବୋଲି ଅକ୍ଷୟ କହିଛନ୍ତି |

ପୂର୍ବରୁ ଦୁଇଟି କଦଳୀ ପାଇଁ ୪୪୨ ଟଙ୍କା ଦେଇଥିଲେ ବଲିଉଡ ଅଭିନେତା ରାହୁଲ ବୋଷ | ରାହୁଲ ଚଣ୍ଡୀଗଡ଼ରେ ଏକ ୱେବ ସିରିଜ ସୁଟିଂ କରିବାକୁ ଯାଇଥିବାବେଳେ ହୋଟେଲରେ ରହିଥିଲେ | ସେଠାରେ ଦୁଇଟି କଦଳୀ ଅର୍ଡର କରିଥିବାବେଳେ ୪୪୨ ଟଙ୍କାର ବିଲ ଆସିଥିଲା | ଏହାକୁ ନେଇ ସୋସିଆଲ ମିଡିଆରେ ତୀବ୍ର ସ୍ୱର ଉଠିବା ପରେ ହୋଟେଲକୁ ନୋଟିସ ଜାରି ହୋଇଥିଲା |

ସମ୍ବନ୍ଧିତ ଖବର