ଜମ୍ମୁ ଓ କଶ୍ମୀର: ଅନନ୍ତନାଗରେ ଆତଙ୍କବାଦୀଙ୍କ ଗୁଳି ଚୋଟରେ ୨ ସିଆର୍‌ପିଏଫ୍‌ ଯବାନ ସହିଦ

ଶ୍ରୀନଗର: ଶୁକ୍ରବାର ସକାଳେ ଏକ ସିଆର୍‌ପିଏଫ୍‌ ପାଟ୍ରୋଲିଙ୍ଗ୍‌ ପାର୍ଟି ଉପରକୁ ଆତଙ୍କବାଦୀମାନେ ଆକ୍ରମଣ କରି ଗୁଳି ଚଳାଇବାରୁ ଦୁଇ ଜଣ ଯବାନ ସହିଦ ହୋଇଛନ୍ତି।

ପାଟ୍ରୋଲିଙ୍ଗ୍‌ ପାର୍ଟି ନିୟମିତ ରାଉଣ୍ଡ୍‌ରେ ଯାଉଥିବା ବେଳେ ଅନନ୍ତନାଗ ଅନ୍ତର୍ଗତ ଶୀର ପୋରା ଠାରେ ଘଟଣାଟି ଘଟିଛି। ଖବର ମିଳିଛି ଯେ ଆତଙ୍କବାଦୀମାନେ ଗୁଳି ଚଳାଇବାରୁ ସିଆର୍‌ପିଏଫ୍‌ ଯବାନମାନେ ପାଲଟା ଗୁଳି ଚଳାଇଥିଲେ। ଗୁଳି ବିନିମୟରେ ଦୁଇ ଜଣ ଯବାନ ଆହତ ହୋଇଥିଲେ। କ୍ଷତ ଯୋଗୁଁ ପରେ ସେମାନେ ମୃତ୍ୟୁ ବରଣ କରିଛନ୍ତି ବୋଲି ଜଣାପଡ଼ିଛି। ସେମାନେ ହେଲେ ଇନ୍‌ସ୍‌ପେକ୍ଟର୍‌ ମୀନା ଏବଂ କନେଷ୍ଟବଳ ସନ୍ଦୀପ।

ଆତଙ୍କବାଦୀମାନଙ୍କୁ ଧରବା ପାଇଁ ସହାୟତା କରିବାକୁ ଅତିରିକ୍ତ ବଳ ପହଞ୍ଚିବା ପରେ ଏବେ ସେଠାରେ ତଲାସ ଅଭିଯାନ ଚାଲିଛି।

ସମ୍ବନ୍ଧିତ ଖବର