୮ରୁ ଦୁଇ ଦିନିଆ ବ୍ୟାଙ୍କ ଧର୍ମଘଟ

ନୂଆଦିଲ୍ଲୀ : ୧୦ଟି କେନ୍ଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ ଦେଶବ୍ୟାପୀ ହେବାକୁ ଥିବା ଧର୍ମଘଟରେ ଦୁଇଟି ବ୍ୟାଙ୍କ ସଂଘ ସାମିଲ ହେବେ। ସର୍ବଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ(ଏଆଇବିଇଏ) ଓ ଭାରତୀୟ ବ୍ୟାଙ୍କ କର୍ମଚାରୀ ମହାସଂଘ (‌ବିଇଏଫଆଇ)ର ସଦସ୍ୟମାନେ ସାମିଲ ହେଲେ। ଏହାଦ୍ବାରା ଦେଶରେ ସରକାରୀ ବ୍ୟାଙ୍କ ଗୁଡ଼ିକର ସେବା ପ୍ରଭାବିତ ହେବା ଆଶଙ୍କା ରହିଛି। ପୂର୍ବରୁ ଗତମାସ ୨୧ ଓ ୨୬ ତାରିଖରେ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ ହୋଇଥିଲା। ବ୍ୟାଙ୍କ ମିଶ୍ରଣକୁ ବିରୋଧ କରିବା ସହିତ ବେତନ ସଂଶୋଧନ ଦାବିରେ ଏହି ଧର୍ମଘଟ କରାଯାଇଥିଲା।

ସମ୍ବନ୍ଧିତ ଖବର