ବିବାହର ଦୁଇଦିନ ପରେ କରୋନା ଆକ୍ରାନ୍ତ ହେଲେ ନବବଧୂ, ବର ଓ ପୁରୋହିତଙ୍କ ସମେତ ୩୨ଜଣଙ୍କୁ କରାଗଲା ସଙ୍ଗରୋଧ
ଭୋପାଳ: ବିବାହର ଦୁଇ ଦିନ ପରେ ମଧ୍ୟପ୍ରଦେଶର ଜଣେ ମହିଳା ମାରାତ୍ମକ କରୋନା ପଜିଟିଭ୍ ଥିବା ପରୀକ୍ଷାରୁ ଜଣାପଡ଼ିଛି | ନବବଧୂଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ବର ସମେତ ୩୨ ଜଣ ସଙ୍ଗରୋଧରେ ରହିବା ପାଇଁ ବାଧ୍ୟ ହୋଇଛନ୍ତି |
Sambad is now on WhatsApp
Join and get latest news updates delivered to you via WhatsApp
ଭୋପାଳର ଜାଟ ଖେଡି ଅଞ୍ଚଳର ଏହି ମହିଳା ଜଣକ ସୋମବାର ଦିନ ରାଇସେନ ଜିଲ୍ଲାରେ ଥିବା ମାଣ୍ଡିଦୀପ ଅଞ୍ଚଳର ସତଲାପୁର ଗାଁର ଯୁବକଙ୍କୁ ବିବାହ କରିଥିଲେ ଏବଂ ବିବାହର ଦୁଇ ଦିନ ପରେ ବୁଧବାର କୋଭିଡ-୧୯ ପାଇଁ ନମୁନା ପରୀକ୍ଷା କରିଥିଲେ। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସୂତ୍ର ଅନୁଯାୟୀ, ଏହାପରେ ବର ଏବଂ ବିବାହ ଉତ୍ସବରେ ଯୋଗ ଦେଇଥିବା ପୁରୋହିତଙ୍କ ସମେତ ପ୍ରାୟ ୩୨ଜଣଙ୍କୁ ଏବେ ଘରେ ସଙ୍ଗରୋଧରେ ରଖାଯାଇଥିବାବେଳେ କୋଭିଡ-୧୯ ଦ୍ୱାରା ଆକ୍ରାନ୍ତ ହୋଇଥିବା ନବ ବିବାହିତା ମହିଳାଙ୍କୁ ଚିକିତ୍ସା ପାଇଁ ଏମ୍ସରେ ଭର୍ତି କରାଯାଇଛି | ସଙ୍ଗରୋଧରେ ଥିବା ୩୨ଜଣ ଅନ୍ୟ କାହା କାହା ସଂସ୍ପର୍ଶରେ ଆସିଛନ୍ତି କି ନାହିଁ ସେ ନେଇ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀମାନେ ବର୍ତ୍ତମାନ ଅନୁସନ୍ଧାନ ଆରମ୍ଭ କରିଛନ୍ତି |
ସୂଚନାନୁସାରେ, ମହିଳା ଗତ ସପ୍ତାହରେ ଜ୍ୱର ବିଷୟରେ ନିଜ ପରିବାରକୁ ଜଣାଇଥିଲେ, ଯାହା ପରେ ତାଙ୍କୁ ନିୟମିତ ଜ୍ୱର ଔଷଧ ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ସେ ଜ୍ୱରରୁ ସୁସ୍ଥ ହୋଇଥିଲେ | କିନ୍ତୁ ତାଙ୍କ ପିତାମାତା ସ୍ପଷ୍ଟ ହେବା ପାଇଁ ଶନିବାର ଦିନ ଭୋପାଳରେ କୋଭିଡ-୧୯ ପାଇଁ ନମୁନା ପରୀକ୍ଷା କରିବା ପାଇଁ ଦେଇଥିଲେ। ଏହାର ଦୁଇଦିନ ପରେ ସୋମବାର ମହିଳାଙ୍କ ବିବାହ ହୋଇଥିଲା | ବୁଧବାର ରିପୋର୍ଟ ସାମ୍ନାକୁ ଆସିବା ପରେ ମହିଳଜଣଙ୍କ କରୋନା ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଥିଲା |