ଆସନ୍ତାକାଲିଠାରୁ ଶ୍ରମିକ ସଂଗଠନଗୁଡ଼ିକର ଦୁଇ ଦିନିଆ ଦେଶବ୍ୟାପି ଧର୍ମଘଟ; ବିଜେଡ଼ି ଓ କଂଗ୍ରେସର ସମର୍ଥନ

ନୂଆଦିଲ୍ଲୀ: ବିଜେପି ନେତୃତ୍ୱାଧୀନ ଏନଡିଏ ସରକାରଙ୍କ ଆର୍ଥିକ ନୀତିକୁ ବିରୋଧ କରି କେନ୍ଦ୍ରୀୟ ଶ୍ରମିକ ସଂଗଠନଗୁଡ଼ିକ ଆସନ୍ତା ୮ ଓ ୯ ତାରିଖରେ ଦୁଇ ଦିନିଆ ଧର୍ମଘଟ କରିବା ଲାଗି ଘୋଷଣା କରିଛନ୍ତି  । ଦେଶର ବାମପନ୍ଥୀ ଚାଷୀ ସଂଗଠନଗୁଡ଼ିକ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି। ୮ ତାରିଖ ସକାଳ ୬ଟାରୁ ୧୦ ତାରିଖ ସକାଳ ୬ଟା ଯାଏଁ ୪୮ ଘଣ୍ଟା ପାଇଁ ଏହି ଧର୍ମଘଟ ହେବ । ଏଥିରେ ଆଇଏନଟିୟୁସି, ଏଆଇଟିୟୁସି, ଏଚଏମଏସ, ସିଟୁ, ଏଆଇୟୁଟିୟୁସି ଭଳି ୧୦ଟି କେନ୍ଦ୍ରୀୟ ଶ୍ରମିକ ସଂଗଠନ, କେନ୍ଦ୍ର ଓ ବିଭିନ୍ନ ରାଜ୍ୟ ସରକାରଙ୍କ କର୍ମଚାରୀ ସଂଘ, ବ୍ୟାଙ୍କ ଓ ବୀମା କର୍ମଚାରୀଙ୍କ ସଂଘ ସମେତ ଜାତୀୟସ୍ତରର ବିଭିନ୍ନ ସ୍ୱାଧୀନ ଶ୍ରମିକ ଓ କର୍ମଚାରୀ ସଂଗଠନ ଏଥିରେ ସାମିଲ୍ ଅଛନ୍ତି।

ତେବେ ଦେଶବ୍ୟାପି ଧର୍ମଘଟ ଡାକରାକୁ ସମର୍ଥନ ଜଣାଇଛି ବିଜେଡ଼ି । କଂଗ୍ରେସ ମଧ୍ୟ ଧର୍ମଘଟ ଡାକରାକୁ ସମର୍ଥନ କରୁଥିବା ସୂଚନା ମିଳିଛି । ରାଜ୍ୟରେ କିନ୍ତୁ ସିଧାସଳଖ ଭାବେ କେହି ଭାରତ ଧର୍ମଘଟରେ ଯୋଡ଼ିହେବେ ନାହିଁ ।

ଏଥିସହ କାଲିଠୁ ହେବାକୁ ଥିବା ଧର୍ମଘଟରେ ୨ଟି ବ୍ୟାଙ୍କ ୟୁନିୟନର ମଧ୍ୟ ସମର୍ଥନ ମିଳିଛି । ତେବେ ବନ୍ଦ ସମୟରେ ଆପଣଙ୍କ ଅନେକ ଅସୁବିଧାର ସମ୍ମୁଖୀନ ହେବା ପାଇଁ ପଡିପାରେ । ଏହି ଦୁଇ ଦିନ ଧରି କେବଳ ସରକାରୀ ବ୍ୟାଙ୍କ ଗୁଡିକର କାର‌ବାର ବନ୍ଦ ରହିବ । ପ୍ରାଇଭେଟ୍ ବ୍ୟାଙ୍କଗୁଡିକର କାରବାର ଜାରି ରହିବ ।

ସମ୍ବନ୍ଧିତ ଖବର