ଟୋକିଓ : ଜାପାନରେ ଟ୍ରାମି ଆତଙ୍କ। ଭୟଙ୍କର ଝଡ଼ବାତ୍ୟା ଟ୍ରାମି ଜାପାନରେ ବ୍ୟାପକ କ୍ଷୟକ୍ଷତି ଘଟାଇଥିବା ବେଳେ ୨ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି ଓ ୧୨୦ରୁ ଉର୍ଦ୍ଧ୍ୱ ବ୍ୟକ୍ତି ଆହତ ହୋଇଛନ୍ତି। ପଶ୍ଚିମ ଜାପାନ ଝଡ଼ବାତ୍ୟା ଯୋଗୁଁ ବ୍ୟାପକ ପ୍ରଭାବିତ ହୋଇଛି। ୨୧୬ କିଲୋମିଟର ବେଗରେ ପବନ ବହିଥିବା ବେଳେ ବିଦ୍ୟୁତ ଯୋଗାଣ ବାଧାପ୍ରାପ୍ତ ହୋଇଛି। ସେହିପରି ଝଡ଼ ଯୋଗୁଁ ଟ୍ରେନ ଓ ବିମାନ ସେବା ମଧ୍ୟ ବ୍ୟାହତ ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ମାସକ ମଧ୍ୟରେ ଜେବି ଝଡ଼ବାତ୍ୟା ଜାପାନର ଭୟଙ୍କର କ୍ଷତି ଘଟାଇଥିଲା ଆଉ ମାସେ ନପୁରୁଣୁ ଏବେ ଟ୍ରାମି ଝଡ଼ବାତ୍ୟା ଜାପାନକୁ ଦୋହଲାଇ ଦେଇଛି। ସେପଟେ ଜାପାନ ସରକାରଙ୍କ ପକ୍ଷରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ଵିତ କରାଯାଇଛି। ସେପଟେ ସ୍ଥାନୀୟ ପାଣିପାଗ ବିଭାଗ ପକ୍ଷରୁ ତୀବ୍ର ବେଗରେ ପବନ ବହିବା ସହ ଭାରି ବର୍ଷାର ପୂର୍ବାନୁମାନ କରାଯାଇଛି। ପଶ୍ଚିମ ଜାପାନରୁ ଏହା ମୁଖ୍ୟ ଭୂଭାଗ ଆଡ଼କୁ ଗତି କରି ବ୍ୟାପକ କ୍ଷୟକ୍ଷତି ଘଟାଇଛି। ସୂଚନା ମୁତାବକ ପ୍ରାୟ ସାଢ଼େ ୩ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ସେପଟେ ଲୋକଙ୍କୁ ଘରୁ ନବାହାରିବାକୁ ସତର୍କ କରିଛନ୍ତି ଜାପାନ ସରକାର।