ଗୁଜୁରାଟରେ କୋଠା ଭୁଶୁଡ଼ି ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଫସି ରହିଥିବା ସନ୍ଦେହ

ଅହମ୍ମଦାବାଦ୍‌: ଶନିବାର ଗୁଜୁରାଟରେ ଏକ କୋଠା ଭୁଶୁଡ଼ି ପଡ଼ିବା ପରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ଏଏନ୍‌ଆଇ କରିଥିବା ଏକ ଟ୍ଵିଟ୍‌ ମୁତାବକ, ଭଦୋଦରାର ଛାନି ଜକାତନାକାଠରେ ଏପରି ଅଭାବନୀୟ ଘଟଣା ଘଟିଛି। ଖବର ପାଇଁ ଦମକଳ କର୍ମଚାରୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଏଠାରେ କାମ କରୁଥିବା ଅନେକ ଶ୍ରମିକ ଏବେ ବି ଫସି ରହିଥିବା ଅନୁମାନ କରାଯାଉଛି।

ଘଟଣା ଘଟିବାର କିଛି ସମୟ ମଧ୍ୟରେ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ଏହି ଗୃହ ନିର୍ମାଣ କାର୍ଯ୍ୟରେ ସମୁଦାୟ ୧୦ ଜଣ ଶ୍ରମିକ ନିୟୋଜିତ ଥିଲେ ବୋଲି ଜାଣିବାକୁ ମିିଳିଛି। ୧୦ ଜଣଙ୍କ ମଧ୍ୟରୁ ୫ ଜଣ ନଜ ଜୀବନ ବଞ୍ଚାଇ ବାହାରକୁ ବାହାରି ଆସିଥିବା ବେଳେ ୨ ଜଣଙ୍କର ମୃତ୍ୟୁ ଘଟିଛି ଓ ଅନ୍ୟ ତିନି ଜଣଙ୍କର ଏଯାବତ୍‌ କୌଣସି ଖୋଜ୍‌ ଖବର ମିଳିନାହିଁ।

ସମ୍ବନ୍ଧିତ ଖବର