ଜମ୍ମୁ କଶ୍ମୀର ସଂରକ୍ଷଣ ଅଧିନିୟମ-୨୦୦୪ରେ ସଂଶୋଧନ ଅଣାଯିବ: ଜେଟଲୀ

ନୂଆଦିଲ୍ଲୀ: ଜମ୍ମୁକଶ୍ମୀର ସଂରକ୍ଷଣ ଅଧିନିୟମ ୨୦୦୪ରେ ସଂଶୋଧନ କରାଯିବ। ସେହିପରି ଜମ୍ମୁ କଶ୍ମୀରର ଅନ୍ତର୍ଜାତୀୟ ସୀମା ନିକଟରେ ରହୁଥିବା ଲୋକଙ୍କ ପାଇଁ ମଧ୍ୟ ସଂରକ୍ଷଣ ବ୍ୟବସ୍ଥା ରହିବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଗୁରୁବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏହାକୁ  କାର୍ଯ୍ୟକାରୀ  କରିବାକୁ ଜମ୍ମୁକଶ୍ମୀର ସଂରକ୍ଷଣ (ସଂଶୋଧନ) ଅଧ୍ୟାଦେଶ ୨୦୧୯ ଜାରିକୁ କ୍ୟାବିନେଟ ମଂଜୁରୀ ଦେଇଛି। ଗୁରୁବାର ଅନୁଷ୍ଠିତ କେନ୍ଦ୍ର  କ୍ୟାବିନେଟ ବୈଠକରେ ୨ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି। ଜେଟଲୀ କହିଛନ୍ତି ଜମ୍ମୁ କଶ୍ମୀର ନେଇ ଏହି ୨ ନିଷ୍ପତ୍ତି ନିଆଯାଇଛି।

ଜମ୍ମୁ କଶ୍ମୀର ପାଇଁ ଦୁଇଟି ଗୁରୁତ୍ୱପୂର୍ଣ୍ଣ ନଷ୍ପତ୍ତି ବ୍ୟତୀତ କ୍ୟାବିନେଟ ବୈଠକରେ ଅନ୍ୟ ପ୍ରକଳ୍ପକୁ ମଧ୍ୟ ମଂଜୁରୀ ମିଳିଛି। କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି, ମୋବାଇଲ ନମ୍ବର ଓ ବ୍ୟାଙ୍କ ଖାତା ସହ ଆଧାରକୁ  ଯୋଡ଼ିବା ଲାଗି  ଆଇନ ପ୍ରଣୟନ କରିବାକୁ ମନ୍ତ୍ରିମଣ୍ଡଳ ମଂଜୁରୀ ଦେଇଛି। ଜେଟଲୀ କହିଛନ୍ତି, ମନ୍ତ୍ରିମଣ୍ଡଳ ରାଇଟୁ ଇସ୍ୟୁ ମାଧ୍ୟମରେ ଭୋଡାଫୋନ-ଆଇଡିଆରେ ୨୫,୦୦୦ କୋଟି ଟଙ୍କା ବିଦେଶୀ ପୁଞ୍ଜି ନିବେଶକୁ ମଂଜୁରୀ ଦେଇଛି। ସେହିପରି ଦିଲ୍ଲୀସ୍ଥିତ ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥାନକୁ ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ ଭାବରେ ଗଢ଼ିବାକୁ ମଂଜୁରୀ ମିଳିଛି।

ସମ୍ବନ୍ଧିତ ଖବର