ଗୋଆ: ୨ କଂଗ୍ରେସ ବିଧାୟକଙ୍କ ଦଳରୁ ଇସ୍ତଫା; ବିଜେପିର ଯୋଗ ଦେଇପାରନ୍ତି

ନୂଆଦିଲ୍ଲୀ: ଗୋଆ ରାଜନୀତିରେ ଆରମ୍ଭ ହୋଇଛି ହଟଚମଟ। ଦୁଇ ଜଣ କଂଗ୍ରେସ ବିଧାୟକ ଦଳରୁ ଇସ୍ତଫା ଦେଇ ଭାରତୀୟ ଜନତା ପାର୍ଟିରେ ଯୋଗ ଦେବେ ବୋଲି ଚର୍ଚ୍ଚା ହେୁଛି । ମିଳୁଥିବା ସୂଚନା ଅନୁଯାୟୀ, ସୋମବାର ବିଳମ୍ବିତ ରାତିରେ ଦୁଇ କଂଗ୍ରେସ ବିଧାୟକ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କୁ ଭେଟିବା ପରେ ମଙ୍ଗଳବାର କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ସେମାନେ ବିଜେପିରେ ଯୋଗଦାନ କରିବାର ସମ୍ଭାବନା ରହିଛି।

କଂଗ୍ରେସ ବିଧାୟକ ଦୟାନନ୍ଦ ସେପତେ ଓ ସୁବାସ ଶିରୋଦକର ସୋମବାର ମଧ୍ୟରାତ୍ରୀରେ ଗୋଆ ରାଜଧାନୀ ପଣଜୀରୁ ଆସି ଦିଲ୍ଲୀରେ ପହଞ୍ଚିଥିଲେ।

କଂଗ୍ରେସର ଗୋଆ ବିଧାନସଭାରେ ସମୁଦାୟ ୧୬ଜଣ ବିଧାୟକ ଥିବା ବେଳେ ଏବେ ଏହି ସଂଖ୍ୟା ୧୪ରେ ପହଞ୍ଚିଛି। ଅନ୍ୟପକ୍ଷରେ ବିଜେପିର ୧୪ ବିଧାୟକ ଥିବା ବେଳେ ଗୋଆ ଫରଓ୍ଵାର୍ଡ ପାର୍ଟି ଓ ମହାରାଷ୍ଟ୍ରବାଦୀ ପାର୍ଟିର ୩ ଜଣ ଲେଖାଏଁ ବିଧାୟକ ଅଛନ୍ତି। ଏଥିସହ ଏନ୍‌ସିପିର ଜଣେ ବିଧାୟକ ଥିବା ବେଳେ ୩ ଜଣ ସ୍ୱାଧୀନ ବିଧାୟକ ଅଛନ୍ତି।

ସମ୍ବନ୍ଧିତ ଖବର