ଉତ୍ତରାଖଣ୍ଡରେ ଜନ୍ମ ନେଲା ଦୁଇ ମୁଣ୍ଡ ଥିବା ଶିଶୁ, ଦେଖିବା ପାଇଁ ଡ଼ାକ୍ତରଖାନାରେ ଲାଗିଲା ଭିଡ଼

କାଶିପୁର (ଉତ୍ତରଖଣ୍ଡ): ଉତ୍ତରାଖଣ୍ଡର କାଶିପୁରରେ ଥିବା ଏକ ଡ଼ାକ୍ତରଖାନାରେ ଦୁଇ ମୁଣ୍ଡ ଥିବା ଗୋଟିଏ ଶିଶୁ ଜନ୍ମ ନେବା ପରେ ଏହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ଖବର ପ୍ରସାର ହେଉ ହେଉ ଏହି ଦୁଇ ମୁଣ୍ଡିଆ ଶିଶୁକୁ ଦେଖିବା ପାଇଁ ଡ଼ାକ୍ତରଖାନାରେ ଲୋକମାନଙ୍କ ଭିଡ଼ ଜମିଥିଲା । ଦୁଇ ମୁଣ୍ଡ ଥିବା ଶିଶୁର ଓଠ ନଥିବା ଦେଖା ଯାଇଛି । ଦୁଇଟି ମୁଣ୍ଡରେ ପାଣି ଭରି ରହିଥିବା ବେଳେ ଡ଼ାକ୍ତର ଶିଶୁଟିକୁ ବଞ୍ଚାଇବା ପାଇଁ ଚେଷ୍ଟା ଜାରି କରି ଦେଇଥିଲେ । କିନ୍ତୁ ଶେଷରେ ଡ଼ାକ୍ତର ନବଜାତକୁ ବଞ୍ଚାଇବାରେ ଅସଫଳ ହୋଇଥିଲେ । ଜନ୍ମ ହେବାର ୧୫ମିନିଟ୍‌ ପରେ ନବଜାତଟି ମୃତ୍ୟୁବରଣ କରିଥିବା ଜଣା ପଡ଼ିଛି । ଏହି ଘଟଣାକୁ ନେଇ କାଶିପୁରରେ ଏବେ ଲୋକମାନେ ଚର୍ଚ୍ଚା କରିବା ଆରମ୍ଭ କରିଛନ୍ତି ।

Pexels

ସୂଚନା ମୁତାବକ, ଉତ୍ତରପ୍ରଦେଶର ମୁରାଦାବାଦ୍‌ରେ ରହୁଥିବା ହରଦେବ ସିଂହଙ୍କ ପତ୍ନୀ ଦୀପା ଗର୍ଭବତୀ ଥିଲେ । ପେଟରେ ଯନ୍ତ୍ରଣା ହେବା ପରେ ଦୀପାଙ୍କୁ ଡ଼ାକ୍ତରଖାନା ନେଇ ପହଞ୍ଚିଥିଲେ ହରଦେବ । ଏହା ପରେ ଡ଼ାକ୍ତର ମିନୁ ସୁଦ୍‌ ଦୀପାଙ୍କ ଅଲଟ୍ରା ସାଉଣ୍ଡ କରିଥିଲେ। ଯାହା ପରେ ଦୀପିକାଙ୍କ ଗର୍ଭରେ ଦୁଇ ମୁଣ୍ଡ ବିଶିଷ୍ଟ ଶିଶୁ ଥିବା ଜଣା ପଡ଼ିବାରୁ ତୁରନ୍ତ ଦୀପାଙ୍କ ପ୍ରସବ କରାଯାଇଥିଲା ।

ସମ୍ବନ୍ଧିତ ଖବର