୨ ଭାରତୀୟଙ୍କୁ ରମଣ ମାଗସେସେ ପୁରସ୍କାର

ମାନିଲା : ଏସିଆର ନୋବେଲ ପୁରସ୍କାର କୁହାଯାଉଥିବା ରମନ ମାଗସେସେ ପୁରସ୍କାର ବିଜେତାଙ୍କ ନାଁ ଘୋଷଣା କରାଯାଇଛି । ଏଥର ମୋଟ ୬ଜଣ ଏହି ପୁରସ୍କାର ପାଇବାକୁ ଘୋଷଣା କରାଯାଇଥିବାବେଳେ ସେମାନଙ୍କ ମଧ୍ୟରେ ଅଛନ୍ତି ୨ ଜଣ ଭାରତୀୟ । ଏହି ଦୁଇଜଣ ହେଲେ ଭରତ ବୋତଓ୍ଵାନୀ ଓ ସୋନମ ଓ୍ଵାଙ୍ଗଚୁକ । ରାସ୍ତାକଡ଼ରେ ରହୁଥିବା ଅଚିହ୍ନା ଅସହାୟ ମାନସିକ ଭାରସାମ୍ୟ ହରାଇଥିବା ଲୋକମାନଙ୍କୁ ଚିକିତ୍ସା କରି ସେମାନଙ୍କ ପରିବାର ସହିତ ମିଳାଇବା କାମ କରନ୍ତି ଭରତ ବୋଚଓ୍ଵାନୀ ।

 

ଏବେ ସୁଦ୍ଧା ସେ ହଜାର ହଜାର ଏପରି ଲୋକଙ୍କ ସହାୟତା କରିସାରିଲେଣି । ଅନ୍ୟପକ୍ଷରେ ସୋନମ ଓ୍ଵାଙ୍ଗଚୁକ ପରିବେଶ, ସମାଜ ଓ ସଂସ୍କୃତି ସୁରକ୍ଷା ଦିଗରେ କାମ କରୁଛନ୍ତି । ଏହି ଦୁଇଜଣଙ୍କ ବ୍ୟତୀତ ଆଉ ୪ଜଣଙ୍କ ନାଁ ଘୋଷଣା ହୋଇଛି । ସେମାନେ ହେଲେ ଫିଲିପାଇନ୍ସର ହାଓ୍ଵାର୍ଡ ଡି, ଭିଏତନାମର ଭୋ ଥି ହୋଙ୍ଗ ୟେନ, କାମ୍ବୋଡିଆର ୟୁକ ଛାଙ୍ଗ ଓ ଇଷ୍ଟ ତିମରର ମାରିଆ ଡି ଲୋଡେସ ମାର୍ଟିନ୍ସ କ୍ରୁଜ ।

ସମ୍ବନ୍ଧିତ ଖବର