୨ ସାମ୍ବାଦିକଙ୍କୁ ୭ ବର୍ଷ ଜେଲ୍‌ଦଣ୍ଡ

ୟାଙ୍ଗୋନ୍‌: ରଏଟର୍ସ ନ୍ୟୁଜ୍‌ ଏଜେନ୍ସିର ୨ ଜଣ ସାମ୍ବାଦିକଙ୍କୁ ଆଜି ୭ ବର୍ଷ ଜେଲ୍‌ଦଣ୍ଡ ହୋଇଛି। ରୋହିଙ୍ଗ୍ୟାଙ୍କ ବିରୋଧରେ ହିଂସାର ତଦନ୍ତ ସମୟରେ ଉକ୍ତ ଦୁଇ ଜଣ ସାମ୍ବାଦିକ ରାଷ୍ଟ୍ର ଗୋପନୀୟତା ଆଇନ ଉଲ୍ଲଂଘନ କରିଥିବାରୁ ସେମାନଙ୍କୁ ୭ ବର୍ଷ ଜେଲ୍‌ଦଣ୍ଡ ହୋଇଛି। ଜେଲ୍‌ଦଣ୍ଡାଦେଶ ହୋଇଥିବା ଉକ୍ତ ଦୁଇ ଜଣ ସାମ୍ବାଦିକ କ୍ୟୋ ସୋ ଓ ଏବଂ ଓ୍ଵା ଲୋନ୍‌ ରାଖିନେ ପ୍ରଦେଶରେ ରୋହିଙ୍ଗ୍ୟାଙ୍କ ବିରୋଧରେ ମିଅାଁମାର ସେନା ଦ୍ୱାରା ଆରମ୍ଭ ହୋଇଥିବା କାର୍ଯ୍ୟାନୁଷ୍ଠାନ ଉପରେ ରିପୋର୍ଟି କରୁ୍‌ଥିଲେ।

ସମ୍ବନ୍ଧିତ ଖବର