ପୁଣି ସେଲଫି ନେଲା ଦୁଇ ଛାତ୍ରଙ୍କ ଜୀବନ

ବେଙ୍ଗାଲୁରୁ: ମୋଲକାଲମୁର ତାଲୁକୋନରସ୍ଥିତ ଚିତ୍ରଦୁର୍ଗ ଏକ ପାହାଡିଆ ଅଞ୍ଚଳ। ଏହି ସ୍ଥାନକୁ ଶନିବାର କର୍ଣ୍ଣାଟକର ତିନିଜଣ ଛାତ୍ର ବୁଲିବାକୁ ଆସି ସେଲଫି ନେଉଥିବା ସମୟରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି।

ପାହାଡିଆ ଅଞ୍ଚଳକୁ ବଣଭୋଜି କରିବାକୁ ଯାଇଥିବା ୩ଜଣ ସାଙ୍ଗ ଖୁବ୍‌ ମଉଜ ମଜଲିସ କରୁଥିବା ବେଳେ ବିପତ୍ତିର ଶିକାର ହୋଇଥିଲେ। ଦୁର୍ଘଟଣାର ସମ୍ମୁଖୀନ ହେବା ପୂର୍ବରୁ ଏମାନେ ସେଲଫି ନେଉଥିଲେ। ତେବେ ସେଲଫି ନେବାରେ ସେମାନେ ଏତେ ମଜି ଯାଇଥିଲେ ଯେ, ଦୁଇଜଣ ଘଟଣାସ୍ଥଳରୁ ହିଁ ତଳକୁ ଖସିପଡ଼ିଥିଲେ। ଘଟଣାସ୍ଥଳରେ ହିଁ ୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିଲେ। ଗୁରୁତର ଆହତ ଛାତ୍ରଙ୍କୁ ବାଲାରିସ୍ଥିତ ବିଜୟନଗର ଇନଷ୍ଟିଚ୍ୟୁଟ ମେଡିକାଲ ସାଇନ୍ସରେ ଭର୍ତ୍ତି କରାଯାଇଛି।

ମୃତକଙ୍କ ନାମ ଭି ଭେଙ୍କଟେଶ (୨୦)। ଭେଙ୍କଟେଶ ଏମ୍‌ର ଛାତ୍ର ଥିଲେ। ଅନ୍ୟ ଜଣକ ନାମ ହୋନୁର ସ୍ୱାମୀ(୨୧) । ସେହିଭଳି ହୋନୁର ସ୍ନାତକ ଶ୍ରେଣୀର ଶେଷ ବର୍ଷର ଛାତ୍ର।  ଗୁରୁତର ଆହତ ବାଳକର ନାମ ଶିବାପ୍ପା। ସେ ହୋନୁର ସ୍ୱାମୀଙ୍କ ସହପାଠୀ ଥିଲେ।

ସମ୍ବନ୍ଧିତ ଖବର