୫୦୦ େଓ୍ଵବ୍‌ସାଇଟ୍‌ ହ୍ୟାକ୍‌ କରିଥିବା ଦୁଇ କଶ୍ମୀର ଛାତ୍ର ପଞ୍ଜାବରୁ ଗିରଫ

ନୂଆଦିଲ୍ଲୀ: ସରକାରୀ ସମେତ ୫୦୦ ରୁ ଅଧିକ େଓ୍ଵବ୍‌ସାଇଟ୍‌ ହ୍ୟାକିଙ୍ଗ୍‌ରେ ସମ୍ପୃକ୍ତ ଦୁଇ ଜଣ କଶ୍ମୀର ଛାତ୍ରଙ୍କୁ ଶୁକ୍ରବାର ଦିନ ଦିଲ୍ଲୀ ପୁଲିସ ପଞ୍ଜାବରୁ ଗିରଫ କରିଛି।

ଅଭିଯୁକ୍ତମାନେ ହେଲେ ପଞ୍ଜାବର ରାଜପୁର ଅନ୍ତର୍ଗତ ଆର୍ଯ୍ୟାନ୍‌ ଗ୍ରୁପ୍‌ ଅଫ୍‌ କଲେଜ୍‌ର ସିଏସ୍‌ଇ ଛାତ୍ର ଶହିଦ ମାଲା ଏବଂ ଜଳନ୍ଧରସ୍ଥିତ ସେଣ୍ଟ୍‌ ସୋଲ୍‌ଜର୍ସ ମ୍ୟାନେଜ୍‌ମେଣ୍ଟ୍‌ ଆଣ୍ଡ୍‌ ଟେକ୍‌ନିକାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ର ବିସିଏ ଅନ୍ତିମ ବର୍ଷର ଛାତ୍ର ଆଦିଲ୍‌ ହୁସେନ୍‌।

ସେମାନଙ୍କ ଘର ଜମ୍ମୁ ଓ କଶ୍ମୀର ଅନ୍ତର୍ଗତ ବାରମୂଳା ଏବଂ ଅନନ୍ତନାଗ ଜିଲ୍ଲାରେ।

ଏକ ସୂଚନା ଆଧାରରେ ଦିଲ୍ଲୀ ପୁଲିସର ସାଇବର୍‌ ସେଲ୍‌ ପଞ୍ଜାବସ୍ଥିତ ଶହିଦ ମାଲା ଏବଂ ଆଦିଲ୍‌ ହୁସେନ୍‌ ତେଲିଙ୍କର ବସାଘର ଉପରେ ଚଢ଼ାଉ କରି ଶୁକ୍ରବାର ଦିନ ସେ ଦୁହିଁଙ୍କୁ ଗିରଫ କରିଛି।

ତଦନ୍ତ ବେଳେ ଜଣାପଡ଼ିଲା ଯେ ସେମାନଙ୍କ ଅନ୍‌ଲାଇନ୍‌ କାର୍ଯ୍ୟକଳାପ ହେଉଛି ‘ଟିମ୍‌ ହ୍ୟାକ୍‌ର୍ସ ଥାର୍ଡ ଆଇ’ ନାମକ ଗୋଟାଏ ହ୍ୟାକିଙ୍ଗ୍‌ ଦଳର ଅଂଶ ବିଶେଷ। ତାହା କେତେକ ସରକାରୀ େଓ୍ଵବ୍‌ସାଇଟ୍‌ ସହ ୫୦୦ ଭାରତୀୟ େଓ୍ଵବ୍‌ସାଇଟ୍‌ ହ୍ୟାକ୍‌ କରିଛି।

ତଦନ୍ତକାରୀମାନେ ଜାଣି ପାରିଛନ୍ତି ଯେ ସେମାନେ ପାକିସ୍ତାନରେ ଥିବା କେତେକ ଆଣ୍ଟି-ଇଣ୍ଡିଆନ୍‌ ହ୍ୟାକର୍‌ଙ୍କ ସହ ସବୁବେଳେ ସମ୍ପର୍କ ରଖୁଥିଲେ।

ସେମାନଙ୍କ କାର୍ଯ୍ୟକଳାପ ସମ୍ପର୍କରେ ଅଧିକ ତଥ୍ୟ ହାସଲ କରିବାକୁ ପୁଲିସ ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର