ଖଣିରେ ୨ ଶ୍ରମିକଙ୍କ ମୃତ୍ୟୁ

ଶିଲଂ: ମେଘାଳୟର ପୂର୍ବ ଜୟନ୍ତିଆ ହିଲ୍ସ ଜିଲ୍ଲାରେ ପୁଣି ଏକ ଅଭାବନୀୟ ଘଟଣା ଘଟିଛି। ଏକ ବେଆଇନ ଖଣିରେ ଦୁଇଜଣ ଖଣି ଶ୍ରମିକଙ୍କ ମୃତ୍ୟୁ ହୋଇଛି। ପୂର୍ବ ଜୟନ୍ତିଆ ହିଲ୍ସର ଜିଲ୍ଲା ମୁଖ୍ୟାଳୟଠାରୁ ୫ କିମି ଦୂର ଜଲ୍ୟା ଗ୍ରାମରେ ଏହି ଅଘଟଣ ଘଟିଛି। ଗ୍ରାମରେ ଏକ ବେଆଇନ ଖଣିରୁ ଗତକାଲି ଦୁଇଜଣ ଖଣି ଶ୍ରମିକଙ୍କ ମୃତଦେହ ଉଦ୍ଧାର ହୋଇଛି। ଅନ୍ୟପକ୍ଷେ ସାନ୍‌ ଗ୍ରାମରେ ବେଆଇନ ଖଣିରେ ଫସି ରହିଥିବା ୧୫ ଜଣ ଖଣି ଶ୍ରମିକଙ୍କ କିଛି ପତ୍ତା ମିଳୁନି।

ସମ୍ବନ୍ଧିତ ଖବର