ଦୁଇ ନାବାଳିକାଙ୍କୁ ଗଣଦୁଷ୍କର୍ମ, ୧୧ ଗିରଫ

ରାଞ୍ଚି: ଏକ ଅଭାବନୀୟ ଘଟଣାକ୍ରମରେ ଝାଡ଼ଖଣ୍ଡର ଲୋହାରଡ଼ାଗା ଅଞ୍ଚଳରେ ଦୁଇ ଜଣ ନାବାଳିକା ୧୧ ଜଣଙ୍କ ଦ୍ୱାରା ଗଣଦୁଷ୍କର୍ମର ଶିକାର ହୋଇଥିବା ଜଣାପଡ଼ିଛି। ଉକ୍ତ ଦୁଇ ନାବାଳିକା ସେମାନଙ୍କ ପଡ଼ୋଶୀଙ୍କ ସହ ବାଇକ୍‌ ଚଳାଇ ହିରୀ ହୋରା ଟୋଲିକୁ ଯାଉଥିଲେ। କିନ୍ତୁ ବାଟରେ ହିରୀ ରେଳ ପୋଲ ନିକଟରେ ସେମାନଙ୍କ ଗାଡ଼ି ଖରାପ ହୋଇଯିବାରୁ ଜଣେ ପୀଡ଼ିତା ନାବାଳିକା ତା’ର ଏକ ସାଙ୍ଗକୁ ଫୋନ୍‌ କରି ସାହାଯ୍ୟ ପାଇଁ କହିଥିଲା। କିନ୍ତୁ ବନ୍ଧୁ ଏମିତିକା ସାହାଯ୍ୟ ତ କଲାନି ଓଲଟା ୧୧ ଜଣଙ୍କୁ ପଠାଇ ଗଣଦୁଷ୍କର୍ମ ପରି ଅମାନବୀୟ ଘଟଣା ଘଟାଇଲା। ଉକ୍ତ ୧୧ ଜଣ ଅଭିଯୁକ୍ତ ଏବେ ଗିରଫ ହୋଇ ସାରିଛନ୍ତି। ସମସ୍ତ ଅଭିଯୁକ୍ତଙ୍କ ବୟସ ୧୮ରୁ ୨୮ ବର୍ଷ ମଧ୍ୟରେ। ଘଟଣାଟି ଅଗଷ୍ଟ ୧୬ ତାରିଖରେ ଘଟିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର