କମ୍ବିଂ ଅପରେସନ୍‌ ବେଳେ ଯବାନଙ୍କ ସହ ଗୁଳିବିନିମୟରେ ଏରିୟା କମାଣ୍ଡରଙ୍କ ସମେତ ୨ ମାଓବାଦୀ ନିହତ

ଛତିଶଗଡ଼: ଛତିଶଗଡ଼ ସୀମାନ୍ତ ସୁକମାର ଚିନ୍ତାଗୁମ୍ଫା ନିକଟରେ ଗତକାଲି ଅର୍ଥାତ ମଙ୍ଗବାର ରାତିରେ ଡିଆରଜି ଯବାନ କମ୍ବିଂ ଅପରେସନ୍‌ ଆରମ୍ଭ କରିଥିଲେ। ନକ୍ସଲଙ୍କ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ଜଣେ ଯବାନ ଆହତ ହୋଇଥିଲେ। ଆହତ ଯବାନଙ୍କ ନାମ ହୃର୍‌ରା ବୋଲି ଜଣାପଡ଼ିଛି। ଏହାର ପାଲଟ ଜବାବ ଦେବାକୁ ଯାଇ ଡିଆରଜି ଯବାନ ବି ନକ୍ସଲଙ୍କ ଉପରକୁ  ଗୁଳି ଚାଳନା କରିଥିଲେ। ସର୍ଚ୍ଚ ଅପରେସନ୍‌ ପରେ ଦୁଇଜଣ ନକ୍ସଲଙ୍କ ମୃତଦେହ ଉଦ୍ଧାର ହୋଇଛି। ଜଣଙ୍କ ନାମ ହୁକ୍କା ଓ ଅନ୍ୟ ଜଣଙ୍କ ନାମ ଉଇକା ବୋଲି ଜଣାପଡ଼ିଛି। ହୁକ୍କା ଏରିୟା କମାଣ୍ଡର ଥିଲା। ଦୁହିଁଙ୍କ ନିକଟରୁ ଦୁଇଟି ବନ୍ଧୁକ ଜବତ କରାଯାଇଛି। ମୃତଦେହକୁ ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ରଖାଯାଇଛି। ଏପଟେ ଆହତ ଯବାନଙ୍କୁ ହେଲିପକ୍ଟର ଯୋଗେ ଚିକିତ୍ସା ପାଇଁ ରାୟପୁର ପଠାଯାଇଛି।

ସୁକମା ପୁଲିସ ଅଧୀକ୍ଷକ ଅଭିଷେକ ମିଣା କହିଛନ୍ତି, ପ୍ରବଳ ବର୍ଷାରେ ବି ଚିନ୍ତାଗୁମ୍ଫା ଥାନାରୁ ରିଜର୍ଭ ପୁଲିସର ଯବାନ ଅପରେସନ୍‌ ପାଇଁ ବାହାରିଥିଲେ। ମିନପା ଜଙ୍ଗଲ ନିକଟରେ ନକ୍ସଲମାନେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ କରିଥିଲେ। ଏହାପରେ ଉଭୟ ଯବାନ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ଆରମ୍ଭ ହୋଇଯାଇଥିଲା।

ସମ୍ବନ୍ଧିତ ଖବର