ଆସାମରେ ଭିଡ଼ ହିଂସା, ଆତଙ୍କବାଦୀ ସନ୍ଦେହରେ ୨ ଜଣଙ୍କୁ ପିଟି ପିଟି ହତ୍ୟା

ଗୌହାଟୀ: ଆସାମର ହରିନଗରରେ ଦୁଇ ଜଣ ସନ୍ଦିଗ୍ଧ ଆତବାଦୀଙ୍କୁ ଲୋକେ ରାସ୍ତାରେ ପିଟି ପିଟି ହତ୍ୟା କରିଛନ୍ତି। ଏହି ଦୁଇ ଜଣଙ୍କ ନିକଟରୁ ମିଳିଥିବା ଏକ ବ୍ୟାଗରେ ଅସ୍ତ୍ରଶସ୍ତ୍ର ଏବଂ ଗୋଳାବାରୁଦ ଥିବାରୁ ସେମାନଙ୍କୁ ଆତଙ୍କବାଦୀ ସନ୍ଦେହରେ ଲୋକେ ଘେରିଯାଇଥିଲେ। ସେମାନେ ଖସି ପଳାଇବାକୁ ଉଦ୍ୟମ କରିବାରୁ ଲୋକେ ସେମାନଙ୍କ ହାତଗୋଡ଼ ବାନ୍ଧୀ ଆକ୍ରମଣ କରିଥିଲେ ଏବଂ ଘଟଣାସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ଘଟିଥିବା ପ୍ରକାଶ। ଗତକାଲି ବଂଗାଳୀ ସଂଗଠନଗୁଡ଼ିକ ପକ୍ଷରୁ ବନ୍ଦ ପାଳନ ଚାଲିଥିବା ବେଳେ ବଜାରରେ ଏହି ଦୁଇ ଜଣ ବ୍ୟକ୍ତି ଅସ୍ତ୍ରଶସ୍ତ୍ର ସହ ସନ୍ଦେହଜନକ ଭାବେ ବୁଲୁଥିବା ବେଳେ ଆନ୍ଦୋଳନକାରୀଙ୍କ ହାବୁଡ଼ରେ ପଡ଼ିଥିଲେ। ଏହି ଘଟଣାରେ ପୁଲିସ କେତେକ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି। ନିକଟରେ ୫ ଜଣଙ୍କୁ ଲାଇନ୍‌ରେ ଛିଡ଼ା କରାଇ ଉଲ୍‌ଫା ଉଗ୍ରପନ୍ଥୀମାନେ ଗୁଳି କରି ହତ୍ୟା କରିବା ପରେ ବିଭିନ୍ନ ଅଂଚଳରେ ଉତ୍ତେଜନା ଲାଗି ରହିଛି।

ସମ୍ବନ୍ଧିତ ଖବର