ଶିଶୁ ବିକ୍ରି ଅଭିଯୋଗରେ ମିସନାରୀଜ ଅଫ ଚାରିଟିର ଦୁଇଜଣ ନନ୍‌ ଗିରଫ

ରାଞ୍ଚି : ଝାଡ଼ଖଣ୍ଡ ପୁଲିସ ଆଜି ଏକ ବଡ଼ ଧରଣର ଶିଶୁ ଚୋରାଚାଲାଣ ର‍୍ୟାକେଟର ପର୍ଦ୍ଦାଫାଶ କରିଛି । ଏହି ଘଟଣାରେ କୋଲକତାର ପ୍ରସିଦ୍ଧ ମିସନାରୀଜ ଅଫ ଚାରିଟିର ଦୁଇଜଣ ନନଙ୍କୁ ଗିରଫ କରାଯାଇଛି । ଏହାକୁ ନେଇ ଦେଶରେ ଚହଳ ପଡିଯାଇଛି । ପୁଲିସ ସୁତ୍ରରୁ ପ୍ରକାଶ ଯେ ଏହି ନନ ଦ୍ୱୟ ଝାଡ଼ଖଣ୍ଡ ଓ ଉତ୍ତରପ୍ରଦେଶରେ ମୋଟ ୪ ଜଣ ଶିଶୁଙ୍କୁ ବିକ୍ରି କରିଛନ୍ତି । ଝାଡ଼ଖଣ୍ଡରେ ୩ ଜଣ ଶିଣୁ ଓ ଉତ୍ତରପ୍ରଦେଶରେ ଜଣେ ଶିଶୁକୁ ବିକ୍ରି କରାଯାଇଛି । ଏମାନେ ଏକ ବଡ଼ ଧରଣର ଅନ୍ତଃରାଜ୍ୟ ଶିଶୁ ଚାଲାଣ ର‍୍ୟାକେଟ ସହ ସଂପୃକ୍ତ ବୋଲି ଜଣାପଡିଛି । ଏମାନଙ୍କ ଛଡା ଆଉ ଜଣେ ମହିଳାକୁ ମଧ୍ୟ ଗିରଫ କରାୟାଇଛି । ଏ ନେଇ ଅଧିକ ତଦନ୍ତ ଚାଲିଛି ।

ସମ୍ବନ୍ଧିତ ଖବର