କୋର୍ଟ କମ୍ପ୍ଲେକ୍ସ ଉପରକୁ ଆତଙ୍କବାଦୀ ଆକ୍ରମଣ, ୨ ସୁରକ୍ଷା କର୍ମୀ ମୃତ

 

ଶ୍ରୀନଗର: ଜମ୍ମୁଓ କଶ୍ମୀରର ପୁଲଓ୍ଵାମା ଜିଲ୍ଲାର କୋର୍ଟ କମ୍ପ୍ଲେକ୍ସ ପରିସରରେ ଆତଙ୍କବାଦୀଙ୍କ ଆକ୍ରମଣରେ ୨ ଜଣ ସୁରକ୍ଷା କର୍ମୀ ମୃତ୍ୟୁ ବରଣ କରିଛନ୍ତି।

ପୁଲଓ୍ଵାମା ଜିଲ୍ଲା କୋର୍ଟକୁ ପ୍ରହରା ଦେଉଥିବା ପୁଲିସ ଉପରକୁ ଆଜି ସକାଳ ସକାଳୁ ଆତଙ୍କବାଦୀମାନେ ଆଖିବୁଜୁ ଗୁଳି ଚାଳନା କରିଥିଲେ।  ଆତଙ୍କବାଦୀଙ୍କ ଆକ୍ରମଣର ପାଲଟା ଜବାବ ଦେବା ସହିତ  ପୁଲିସ ସେମାନଙ୍କ ଉପରକୁ  ମଧ୍ୟ ଗୁଳି ଚଳାଇଥିଲେ। ତେବେ ଏହି ଗୁଳିବିନିମୟରେ ଦୁଇ ଜଣ ପୁଲିସ କର୍ମଚାରୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଏହି ଘଟରା ପରେ ପୁଲିସ ସମସ୍ତ ଅ୍ଚଳକୁ ଘେରାବନ୍ଦୀ କରି ଖାନତଲାସି ଚଳାଇଛି ବୋଳି ପୁଲିସ ପକ୍ଷରୁ ଜାରି ବୁଲେଟିନ୍‌ରେ କୁହାଯାଇଛି।

ସମ୍ବନ୍ଧିତ ଖବର