ଜମ୍ମୁ କଶ୍ମୀର: ଅଖନୁରରେ ଲାଣ୍ଡମାଇନ ବିସ୍ଫୋରଣ, ୨ ଯବାନ ସହିଦ

ଜମ୍ମୁ: ଜମ୍ମୁ କଶ୍ମୀରରେ ଶନିବାର ନିୟନ୍ତ୍ରଣ ରେଖା (ଏଲ୍‌ଓସି) ନିକଟରେ ଦୁର୍ଘଟଣାବଶତଃ ହୋଇଥିବା ବିସ୍ଫୋରଣରେ ଭାରତୀୟ ସେନାର ୨ ଜଣ ଯବାନ ସହିଦ ହୋଇଛନ୍ତି। ଅଖନୁରରେ ଘଟିଥିବା ଏହି ବିସ୍ଫୋରଣ ଘଟଣାରେ ଅନ୍ୟ ୨ ଜଣ ଯବାନ ଆହତ ହୋଇଥିବା ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି। ସେନାର ଜଣେ ଅଧିକାରୀ କହିଛନ୍ତି, ଆହତ ଯବାନଙ୍କ ମଧ୍ୟରୁ ଜଣକ ଅବସ୍ଥା ଗୁରୁତର ଅଛି। ସୂଚନାଯୋଗ୍ୟ ଶୁକ୍ରବାର ମଧ୍ୟ ଏକ ବିସ୍ଫୋରଣରେ ଜଣେ ଯବାନ ଆହତ ହୋଇଥିଲେ।

ସମ୍ବନ୍ଧିତ ଖବର